ବାଲେଶ୍ବର: ଫକୀର ମୋହନ ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାରେ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । ଅନଲାଇନ ପରୀକ୍ଷା ପରିବର୍ତ୍ତେ ଅଫଲାଇନ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଥିବାରୁ ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ ।
ଅଫଲାଇନ ପରୀକ୍ଷା ହେଲେ ଓଡିଶା ବ୍ୟତୀତ ବାହାର ରାଜ୍ୟର ବହୁ ପିଲା ପରୀକ୍ଷା ଦେବାପାଇଁ ଆସିବେ । ଯାହା ଦ୍ୱାରା କୋରୋନା ସଂକ୍ରମଣର ଆଶଙ୍କା କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟ ସମସ୍ତ ବିଶ୍ୱବିଦ୍ୟାଳୟରେ ଅନଲାଇନ ପରୀକ୍ଷା କରାଯାଉଥିବା ବେଳେ କେବଳ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଫଲାଇନ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଥିବା ଧରଣାରତ ଛାତ୍ରଛାତ୍ରୀ କହିଛନ୍ତି । ଏ ସମସ୍ୟାର ସମାଧାନ କରା ନଗଲେ ଧାରଣା ଚାଲୁ ରହିବ ବୋଲି ଧାରଣାକାରୀ ଛାତ୍ରଛାତ୍ରୀମାନେ କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ