ETV Bharat / state

ବସ୍ତାନି ନୁହେଁ ଗ୍ୟାସ ବୋଝ, ଏମିତି ଗଢାହୁଏ ଦେଶର ଭବିଷ୍ୟତ ! - ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟ

ସ୍କୁଲ ପିଲାଙ୍କ କାନ୍ଧରେ ବସ୍ତାନି ବୋଝ କମେଇବାକୁ ନିୟମ କରୁଥିବା ରାଜ୍ୟସରକାରଙ୍କ ନିୟମକୁ ଫୁ। ପିଲାଙ୍କୁ ବସ୍ତାନି ଅଡୁଆ ନୁହେଁ ବରଂ ଗ୍ୟାସ ବୋଝ ଦେଉଛନ୍ତି ସ୍କୁଲ କତ୍ତୃପକ୍ଷ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ...

ଡିଜାଇନ ଫଟୋ
author img

By

Published : Sep 1, 2019, 11:59 AM IST

ବାଲେଶ୍ବର: ବସ୍ତାନି ବଦଳରେ ପିଲାଙ୍କ ପଛରେ ଗ୍ୟାସ ବୋଝ। ସ୍କୁଲ ଯିବା ବେଳେ ସାଇକେଲରେ ବ୍ୟାଗ ନଥାଇ ରହିଛି ଗ୍ୟାସ ଟାଙ୍କି । ଟିକେ ଭଲକି ନଜର ପକାନ୍ତୁ ଏହି ପିଲାମାନଙ୍କୁ କିପରି ଜନଗହଳି ପୂର୍ଣ୍ଣ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଏମାନେ ଗ୍ୟାସ ବୋହୁଛନ୍ତି। ଯାହାର ଭିଜୁଆଲକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ତେବେ ପାଠପଢା ବୟସରେ ପିଲାଙ୍କୁ ଯଦି ଏପରି କାର୍ଯ୍ୟରେ ନିୟୋଜିତ କରାଯିବ ତେବେ ଏହି ପିଲାମାନଙ୍କ ଭବିଷ୍ୟତ କେତେ ଉଜ୍ବଳ ତାହା ଆପଣମାନେ ହିଁ ବିଚାର କରନ୍ତୁ। ଏ ଦୃଶ୍ୟ ହେଉଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟର।

ପୂର୍ବରୁ ଅନେକ ଥର ସରକାରୀ ସ୍କୁଲରେ ପିଲାମାନଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି। କେତେବେଳେ ପାଇଖାନା ସଫା ତ ଆଉ କେତେ କାଠ ବୋହିବା। ବର୍ତ୍ତମାନ ସ୍କୁଲ ପାଇଁ ଗ୍ୟାସ ଟାଙ୍କି ସାଇକେଲରେ ବୋହୁଥିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସୂଚନା ଅନୁସାରେ, ଗତ ମାସ ଅଗଷ୍ଟ 27 ତାରିଖରେ ସାଇକେଲରେ ବାଲିଆପାଳ -ବସ୍ତା ବ୍ୟସ୍ତବହୁଳ ରାସ୍ତାରେ ବିପଦଜ୍ଜନକ ଭାବେ ଉଚ୍ଚ କ୍ଷମତା ସମ୍ପନ୍ନ ଦହନଶିଳ ରୋଷେଇ ଗ୍ୟାସ ଟାଙ୍କି ଏକ ଗ୍ୟାସ ଏଜେନ୍ସିରୁ ବିଦ୍ୟାଳୟକୁ ନେଉଥିଲେ। ସ୍କୁଲରେ ପିଅନ ଏ ସବୁ କାର୍ଯ୍ୟ ପାଇଁ ଥିବା ବେଳେ କେଉଁ ପରିସ୍ଥିତିରେ ଛାତ୍ରମାନଙ୍କୁ ଗ୍ୟାସ ଟାଙ୍କି ବୋହିବା ପାଇଁ କୁହାଯାଇଥିଲା ତାହାର ଉପଯୁକ୍ତ ତଦନ୍ତ ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.