ବାଲେଶ୍ଵର : ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ପାଇଁ ଦାବି କରି କଲେଜ ଆଗରେ ଧାରଣା ଦେଇଛନ୍ତି । କଲେଜର ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ତୃତୀୟ ସେମିଷ୍ଟାର ପରୀକ୍ଷା ଅଫଲାଇନ ବଦଳରେ ଅନଲାଇନ ପାଇଁ ଦାବି କରିଛନ୍ତି ।
ବର୍ତ୍ତମାନ କରୋନା ଦ୍ଵିତୀୟ ଲହର ଆସିଥିବାବେଳେ ଅଫଲାଇନ ପରୀକ୍ଷା ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ଛାତ୍ରଛାତ୍ରୀ ଭୟଭୀତ ଅଛନ୍ତି । ଏଥିପାଇଁ ଅନଲାଇନ ପରୀକ୍ଷା କରିବା ପାଇଁ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ