ବାଲେଶ୍ଵର: ଜିଲ୍ଲାର ଜଳେଶ୍ଵର ବଡ଼ବଜାରରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ର ନିଖୋଜ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ନିଖୋଜ ଛାତ୍ର ଜଣକ ହେଲେ ଗୋବିନ୍ଦ ଦାସ । ସେ ଗତକାଲି(ରବିବାର) ସକାଳ ୬ଟା ସମୟରୁ ହଷ୍ଟେଲରୁ ନିଖୋଜ ଥିବା ଜଣାପଡିଛି ।
ସମସ୍ତ ସ୍ଥାନରେ ଖୋଜାଖୋଜି କରିବା ପରେ ଗୋବିନ୍ଦ ନମିଳିବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲାର ପରିବାରକୁ ଖବର ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ହଷ୍ଟେଲରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲାଯେ, ଛାତ୍ରଜଣଙ୍କ ଭୋର ୫ଟା ସମୟରେ ବାଡ଼ ଡେଇଁ କୁଆଡେ ପଳାଇ ଯାଇଛି ।
ତେବେ ନିଖୋଜ ଗୋବିନ୍ଦର ଘର ଭୋଗରାଇ ଥାନା ଅନ୍ତର୍ଗତ ହାଣ୍ଡିପଡା ଗାଁରେ। ଏହି ଘଟଣାକୁ ନେଇ ଭୋଗରାଇ ଅଞ୍ଚଳର କିଛି ଅଭିଭାବକ, ସ୍ବେଚ୍ଛାସେବୀ ଆଜି(ସୋମବାର) ଜଳେଶ୍ଵର ସରସ୍ବତୀ ଶିଶୁ ମନ୍ଦିରର ସମ୍ମୁଖରେ ଧାରଣା ଦେଇଛନ୍ତି ଏବଂ ପିଲା ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ