ETV Bharat / state

ଜୁନିଅର ମହିଳା ହକି ଚମ୍ପିଆନସିପ, ବାଲେଶ୍ୱର ଖେଳାଳିଙ୍କ ଭୁବନେଶ୍ୱର ଗସ୍ତ - ଜୁନିଅର ମହିଳା ହକି ଚମ୍ପିଆନସିପ

ନଭେମ୍ବର ୨ ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ଜୁନିଅର ମହିଳା ହକି ଚମ୍ପିଆନସିପ ୨୦୨୨ । ଏନେଇ ବାଲେଶ୍ବର ଜିଲ୍ଲାର ଜୁନିଅର ମହିଳା ହକି ଦଳ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛି । ଅଧିକ ପଢନ୍ତୁ

ଜୁନିଅର ମହିଳା ହକି ଚମ୍ପିଆନସିପ ପାଇଁ ବାଲେଶ୍ବର ଖେଳାଳିଙ୍କ ଭୁବନେଶ୍ବର ଗସ୍ତ

author img

By

Published : Nov 2, 2022, 10:41 PM IST

ବାଲେଶ୍ବର: ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପରିଗଣିତ କରାଯାଉଛି । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ଖାଲି ରାଜ୍ୟ ନୁହେଁ ଜିଲ୍ଲା ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି କ୍ରୀଡା ପ୍ରତି ସମସ୍ତଙ୍କ ଆଗ୍ରହ । ନଭେମ୍ବର ୨ ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ଜୁନିଅର ମହିଳା ହକି ଚମ୍ପିଆନସିପ ୨୦୨୨ । ଏନେଇ ବାଲେଶ୍ବର ଜିଲ୍ଲାର ଜୁନିଅର ମହିଳା ହକି ଦଳ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛି ।

ଜୁନିଅର ମହିଳା ହକି ଚମ୍ପିଆନସିପ ପାଇଁ ବାଲେଶ୍ବର ଖେଳାଳିଙ୍କ ଭୁବନେଶ୍ବର ଗସ୍ତ

ଏହି ରାଜ୍ୟସ୍ତରୀୟ ଜୁନିଅର ମହିଳା ହକି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ବାଲେଶ୍ବର ଜିଲ୍ଲା ହକି ସଂଘ ପ୍ରୋତ୍ସାହନ ତଥା କୋଚ୍ ଡେଭିଡ ସୋରେଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାଲେଶ୍ବରରୁ ୧୫ଜଣିଆ ଜୁନିଅର ମହିଳା ହକି ଦଳ ଭୁବନେଶ୍ବର ଅଭିମୁଖେ ଗସ୍ତ କରିଛନ୍ତି । ଏହି ମହିଳା ହକି ଦଳ କିଭଳି କୌଣସି ଅସୁବିଧାରେ ସମ୍ମୁଖୀନ ନ ହୋଇ ଭୁବନଶ୍ଵର ଯାତ୍ରା କରିବେ ସେନେଇ ବାଲେଶ୍ବର ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଖେଳାଳିଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ।

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଖେଳାଳିମାନଙ୍କୁ ବାଲେଶ୍ବର ସଦର ବିଧାୟକ ଶୁଭକାମନା ଜଣାଇଛନ୍ତି । ବାଲେଶ୍ବର ଜିଲ୍ଲା କ୍ରୀଡା ଛାତ୍ରବାସରୁ ବାହାରି ଜୁନିଅର ମହିଳା ହକି ଦଳ ବାଲେଶ୍ବର ବସଷ୍ଟାଣ୍ଡରେ ପହଁଞ୍ଚିଥିଲେ । ସେଠାରେ ବାଲେଶ୍ବର ସଦର ବିଧାୟକ ସ୍ବରୁପ ଦାସ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଥିଲେ । ସେହିପରି ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କ୍ରୀଡା ଛାତ୍ରାବାସର ପରିଦର୍ଶନ କରି ଏହି ହକି ଖେଳାଳିମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ବାଲେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.