ETV Bharat / state

ସମାଜସେବାକୁ ବ୍ରତ କରି ଉଦାହରଣ ସାଜିଲେ କୁଞ୍ଜଲତା - social activist

Social Worker Kunjalata: ସାମାଜିକ ଅନୁଷ୍ଠାନ ସହ ଜଡିତ ହୋଇ ସେ ଅସହାୟଙ୍କୁ ସହଯୋଗ କରିଆସୁଛନ୍ତି ଜଣେ ମହିଳା ସମାଜସେବୀ । ମୃତ୍ୟୁ ପରେ ନିଜର ଶରୀର ଦାନ କରିବା ପାଇଁ ଚୁକ୍ତି କରିବା ସହ କ୍ୟାନ୍ସର ରୋଗୀଙ୍କ ଉଦ୍ଦେଶ୍ୟରେ କେଶ ଦାନ କରିଛନ୍ତି ।

ମହିଳାଙ୍କ ସମାଜସେବା
ମହିଳାଙ୍କ ସମାଜସେବା
author img

By ETV Bharat Odisha Team

Published : Dec 22, 2023, 5:32 PM IST

ମହିଳାଙ୍କ ସମାଜସେବା

ବାଲେଶ୍ବର: ସମାଜସେବା କ୍ଷେତ୍ରରେ ନିଜକୁ ସମର୍ପଣ କରିଛନ୍ତି ଜଣେ ମହିଳା । ଗାଁ ଗହଳିର ଅବେହଳିତ ଲୋକ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ହୋଇ ସେ ଅସହାୟଙ୍କୁ ସହଯୋଗ କରିଆସୁଛନ୍ତି । ଘରର କାମ ସହ ବାହାରେ ମଧ୍ୟ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇ ସେ ନିଜର ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ସମ୍ମାନିତ ହୋଇଛନ୍ତି । ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳାଶପୁର ଗାଁର କୁଞ୍ଜଲତା ମାହୁନ୍ତ ।

କୁଞ୍ଜଲତାଙ୍କର ପିଲାଟି ବେଳରୁ ସମାଜସେବା କରିବାର ଲକ୍ଷ୍ୟ ରହିଥିଲା । ଖଇରା ଅଞ୍ଚଳରେ ଜଣେ ସାମାଜିକ କର୍ମୀ ଭାବେ ପରିଚୟ ଥିବାବେଳେ ଏବେ ଦୁଇପାଦ ଆଗକୁ ଆହୁରି ବଢ଼ିଛନ୍ତି କୁଞ୍ଜଲତା । ମୃତ୍ୟୁ ପରେ ନିଜର ଶରୀର ଦାନ କରିବା ପାଇଁ ଚୁକ୍ତି କରିବା ସହ କ୍ୟାନ୍ସର ରୋଗୀଙ୍କ ଉଦ୍ଦେଶ୍ୟରେ କେଶ ଦାନ କରିଛନ୍ତି । ଖଇରା ବ୍ଲକର ବିଭିନ୍ନ ସଂଗଠନ ସହ ଜଡିତ ଥିବା କୁଞ୍ଜଲତା ମାହୁନ୍ତ କଟକ ବଡ ମେଡିକାଲକୁ ଶରୀର ଓ ଅଙ୍ଗଦାନ କରିବାକୁ ଆବେଦନ କରିବା ପରେ ନିକଟରେ ତାଙ୍କୁ ସ୍ବୀକୃତି ମିଳିଛି ।

ଏହି ଖବର ପ୍ରଚାର ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଦାମ ଚରଣ ରାଉତଙ୍କ ବୋହୂ ତଥା ଜୟନ୍ତ ରାଉତଙ୍କ ପତ୍ନୀ କୁଞ୍ଜଲତା ଏବେ ସମାଜସେବୀ ଭାବେ ଖଇରା ଅଞ୍ଚଳରେ ବେଶ ଜଣାଶୁଣା । ବିଭିନ୍ନ ସଂଗଠନ ସହ ଜଡିତ ରହି ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । କଟକ ବଡମେଡିକାଲରେ ମେଡିକାଲ ପଢୁଥିବା ଛାତ୍ରୀଛାତ୍ରମାନଙ୍କର ଶିକ୍ଷା ଓ ଗବେଷଣା ଲାଗି ସେ ତାଙ୍କର ଶରୀର ଦାନଲାଗି କର୍ତ୍ତୃପକ୍ଷଙ୍କୁ ଆବେଦନ କରିଥିଲେ। ଏବେ ନିକଟରେ ତାଙ୍କୁ ମଞ୍ଜୁରୀ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ପୁଣି ଚର୍ଚ୍ଚାରେ ଟଙ୍କିକିଆ ଡାକ୍ତର, ବୃଦ୍ଧାଶ୍ରମ ପାଇଁ ଦାନ କରିବେ 5 ଡିସିମିଲ ଜମି

ଏନେଇ ସମାଜସେବୀ କୁଞ୍ଜଲତା କହିଛନ୍ତି, "ପିଲାବେଳୁ ସମାଜ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ତାଙ୍କର ଇଚ୍ଛା ଥିଲା । ଏହା ପୂରଣ ହେବାକୁ ଯାଉଥିବାରୁ ତାଙ୍କୁ ଆତ୍ମ ସନ୍ତୋଷ ମିଳିଛି ।" ଏଥିରେ ତାଙ୍କୁ ତାଙ୍କ ଶାଶୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥାନ୍ତି। ଏପରିକି ସମାଜସେବା କ୍ଷେତ୍ରରେ ଆବଶ୍ୟକ ପଡୁଥିବା ଅର୍ଥ ରାଶି ମଧ୍ୟ ଶାଶୁ ପ୍ରଦାନ କରିଥାନ୍ତି । କୁଞ୍ଜଲତାଙ୍କ ପାଇଁ ତାଙ୍କ ଶାଶୁ ପ୍ରେରଣା ବୋଲି ସେ କହିବା ସହ ଅନ୍ୟ ମହିଳାମାନେ ଏମିତି ସମାଜସେବା କାର୍ଯ୍ୟରେ ନିୟୋଜିତ ରହିବା ପାଇଁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.