ETV Bharat / state

ଖୁସି ଦିନରେ ଅସହାୟଙ୍କୁ ଖୁସି ବାଣ୍ଟୁଛି ସାମାଜିକ ସଂଗଠନ - ଖୁସି ବାଣ୍ଟୁଛି ସାମାଜିକ ସଂଗଠନ

ଗରିବ ଅସହାୟଙ୍କୁ ଖୁସି ବାଣ୍ଟୁଛି ସାମାଜିକ ସଂଗଠନ । ଜନ୍ମଦିନ ହେଉ କି ବିବାହ ବାର୍ଷିକୀ ସେମାନଙ୍କ ସହ ସମୟ ବିତାଉଛନ୍ତି ସାମାଜିକ ସଂଗଠନ । ଅଧିକ ପଢନ୍ତୁ

ଖୁସିର ଦିନରେ ଅସହାୟଙ୍କୁ ଖୁସି ବାଣ୍ଟୁଛି ସାମାଜିକ ସଂଗଠନ

author img

By

Published : Feb 8, 2023, 1:46 PM IST

ବାଲେଶ୍ବର: ଖୁସି ବାଣ୍ଟୁଛି ସାମାଜିକ ସଂଗଠନ । ସେ ଜନ୍ମଦିନ ହେଉକି ବିବାହ ବାର୍ଷିକୀ ଲୋକଙ୍କ ମନରେ ଅନେକ ଖୁସିର ମାହୋଲ ରହିଥାଏ । ଏହି ଦିନ ଗୁଡିକୁ ପାଳନ କରିବା ପାଇଁ ଲୋକମାନେ ଅନେକ ପ୍ରକାର ଆୟୋଜନ କରିଥାନ୍ତି । ବିଶେଷ କରି ଅନେକ ଧନୀ ଶ୍ରେଣୀୟ ଲୋକମାନେ ଏହି ଦିନ ଗୁଡିକୁ ମନେ ରଖିବାପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ଏହାରି ଭିତରେ କିଛି ବ୍ୟକ୍ତି ବିଶେଷ ଏହି ସବୁ ଖୁସିର ଦିନ ଅସହାୟମାନଙ୍କ ସହ ବିତାଇ ଖୁସିକୁ ଦ୍ବିଗୁଣିତ କରିଥାନ୍ତି । ସେହିପରି ଏମିତି ଦିନ ଗୁଡିକ ଅଧିକ ମାତ୍ରାରେ ଖୁସି ଭରିଦେବା ପାଇଁ ବାଲେଶ୍ଵର ସହରର ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ସୋସାଇଟି ପକ୍ଷରୁ ପଦକ୍ଷେପ ନିଆଯାଉଛି । କାହାର ଜନ୍ମଦିନ ହେଉ କିମ୍ବା କୌଣସି ଖୁସିର ମୁହୂର୍ତ୍ତ ସେ ସବୁ ମୁହୂର୍ତ୍ତ ଏକ ସୁନ୍ଦର ଅନୁଭବ ଭାବେ ରଖିବା ପାଇଁ ସୋସାଇଟି ପକ୍ଷରୁ ବିଭିନ୍ନ ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ହେଉ ଅବା ପୋଷାକ ପ୍ରଦାନ କରାଯାଉଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ଯେଉଁ ବ୍ୟକ୍ତିଙ୍କ ଜନ୍ମଦିନ କିମ୍ବା କୌଣସି ଖୁସିର ମୁହୂର୍ତ୍ତ ଥାଏ ଏଥିପାଇଁ ସେ ସମସ୍ତ ଖର୍ଚ୍ଚ ବହନ କରନ୍ତି ମାତ୍ର ସୋସାଇଟି ପକ୍ଷରୁ ଏ କାର୍ଯ୍ୟ ପାଇଁ ସମସ୍ତ ସଦସ୍ୟ ଏଥିରେ ସାମିଲ ହୋଇ ଖୁସି ବାଣ୍ଟିଥାନ୍ତି। ଏହିସବୁ କାର୍ଯ୍ୟକ୍ରମ ବିଶେଷ କରି ସହରର ଷ୍ଟେସନ ଛକରେ ବସୁଥିବା ଅସହାୟ ଲୋକ ଏବଂ ବିଭିନ୍ନ ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମ ଆଦିରେ ପାଳନ କରାଯାଇଥାଏ । ଖାଲି ସେତିକି ନୁହେଁ, ସହରର ଭୋକିଲାମାନଙ୍କ ଉଦ୍ଦେଶ୍ୟରେ ହେଲପିଙ୍ଗ ସୋସାଇଟି ସଙ୍ଗଠନ ପକ୍ଷରୁ ଏକ ନୂତନ ତଥା ନିଆରା କାର୍ଯ୍ୟକ୍ରମ ‘ଭୋକ ମୁକ୍ତ ଅଭିଯାନ’ ଆରମ୍ଭ ହୋଇଛି । ଏହି ଅଭିଯାନରେ ପ୍ରତ୍ୟେକ ଲୋକ ସାମିଲ ହୋଇ ନିଜର ଖୁସି ଦୁଃଖୀଙ୍କ ସହ ବାଣ୍ଟିବା ସହ ସେମାନଙ୍କ ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି ।

ଏହାରି ମଧ୍ୟରେ ସଙ୍ଗଠନ ପକ୍ଷରୁ ଦୁଇବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ‘ଭୋକ ମୁକ୍ତ ଅଭିଯାନ’ରେ ସଦସ୍ୟମାନେ ସୋସିଆଲ ମିଡ଼ିଆ ଯୋଗେ ଯେଉଁ ଲୋକମାନେ ହୋଟେଲ ତଥା ବଡ଼ ବଡ଼ସ୍ଥାନରେ ଜନ୍ମଦିନ ପାଳନ କରୁଛନ୍ତି ସେମାନଙ୍କୁ ଗରିବ, ଅସହାୟ ଲୋକ ତଥା ଜିଲ୍ଲାରେ ଥିବା ଦୃଷ୍ଟିହୀନ ସ୍କୁଲରେ ଖାଦ୍ୟ ବଣ୍ଟନ କରିବା ପାଇଁ ସଚେତନ କରାଉଛନ୍ତି । ଏଥିରେ ବହୁ ଲୋକ ସଙ୍ଗଠନ ସହ ଯୋଡ଼ି ହୋଇ ନିଜର ଜନ୍ମଦିନକୁ ନିଆରା ଭାବେ ପାଳନ କରୁଛନ୍ତି । ଗରିବ, ଅସହାୟ ଓ ଦୃଷ୍ଟିହୀନ ପିଲାମାନଙ୍କ ଗହଣରେ ଜନ୍ମଦିନର କେକ୍ କାଟି ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ଅଭିଯାନରେ ଏବେ ସୁଧା ସଂଗଠନ ପକ୍ଷରୁ ପ୍ରାୟ 5ହଜାରରୁ ଉର୍ଦ୍ଧ୍ଵ ଗରିବଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.