ETV Bharat / state

ତେଲ ଟ୍ୟାଙ୍କରରେ ଚାଲିଛି କେନ୍ଦୁପତ୍ର ଚାଲାଣ, ଡ୍ରାଇଭର ଫେରାର

ବାଲେଶ୍ବରରେ ତେଲ ଟ୍ୟାଙ୍କରରେ ଦୀର୍ଘଦିନ ହେବ ଚାଲାଣ ହେଉଛି କେନ୍ଦୁପତ୍ର । ମାଫିଆମାନେ ଜିଲ୍ଲାରେ ବେଧଡ଼କ କେନ୍ଦୁପତ୍ର ବ୍ୟବସାୟ କରୁଥିବାବେଳେ ବୁଧବାର ପୋଲିସ ହାତରେ ଧରାପଡିଛି ବେଆଇନ କେନ୍ଦୁପତ୍ର ଚାଲାଣ ହେଉଥିବା ଏକ ତେଲ ଟ୍ୟାଙ୍କର ।

author img

By

Published : Aug 28, 2019, 7:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ତେଲ ଟ୍ୟାଙ୍କରରେ କେନ୍ଦୁପତ୍ର ଚାଲାଣ ବେଳେ ବାନ୍ଧିନେଲା ପୋଲିସ । ବାଲେଶ୍ବର ଜିଲ୍ଲା ସୋର ପୋଲିସ ଓ ବନ ବିଭାଗ ମିଳିତ ଚଡାଉ କରି ତେଲ ଟ୍ୟାଙ୍କରଟିକୁ ଧରିବାରେ ସଫଳ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଭଦ୍ରକରୁ ବାଲେଶ୍ବର ଯାଉଥିବା ବେଳେ ବାରିକପୁର ନିକଟରେ ପୋଲିସ ଚଢ଼ାଉ କରି ତେଲ ଟ୍ୟାଙ୍କରଟିକୁ ଧରିବାରେ ସଫଳ ହୋଇଛି । ତେବେ ଘଟଣାସ୍ଥଳରୁ ତେଲ ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ତେଲ ଟ୍ୟାଙ୍କର ମାଧ୍ୟମରେ ଦୀର୍ଘ ଦିନ ହେବ କେନ୍ଦୁପତ୍ର ମାଫିଆମାନେ ବାଲେଶ୍ବର ଜିଲ୍ଲାରେ ବେଧଡ଼କ କେନ୍ଦୁପତ୍ର ବ୍ୟବସାୟ କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ବୁଧବାର ପୂର୍ବପ୍ରସ୍ତୁତି ମୁତାବକ ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ତେଲ ଟ୍ୟାଙ୍କର ଭିତରେ ଅଭିନବ ଭାବେ ବେଆଇନ କେନ୍ଦୁପତ୍ର ଚାଲାଣ ବେଳେ ଧରାପଡ଼ିଲା ଟ୍ୟାଙ୍କର। ଟ୍ୟାଙ୍କରଟି କେନ୍ଦୁପତ୍ର ବୋଝେଇ କରି ଭଦ୍ରକରୁ ବାଲେଶ୍ୱର ଯାଉଥିବା ଜଣାପଡିଛି।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ବାରିକପୁର ନିକଟରୁ ବେଆଇନ ଭାବେ ତେଲ ଟାଙ୍କି ଭିତରେ କେନ୍ଦୁପତ୍ର ଚାଲାଣ କରାଯାଉଥିବା ବେଳେ ସୋର ପୁଲିସ ଓ ବନ ବିଭାଗ ମିଳିତ ଚଡାଉ କରିଥିଲେ। ଟ୍ରକଟି ଭଦ୍ରକରୁ ବାଲେଶ୍ବର ଯାଉଥିବା ବେଳେ ବାରିକପୁର ନିକଟରେ ଚଡଉ ହୋଇଥିଲା। ତେଲ ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଅଭିନବ ଉପାୟରେ ଏମିତି ପୋଲିସ ଆଖିରେ ଧୂଳି ଦେଇ ବେଆଇନ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.