ବାଲେଶ୍ଵର: ଚାନ୍ଦିପୁର ପଞ୍ଚାୟତର ସ୍ବୟଂ ସହାୟିକା ଗୋଷ୍ଠିରେ ଅନିୟମିତତା ହେଉଥିବା ନେଇ ସଦର ବ୍ଲକ ବିପିଏଲଓଙ୍କୁ ଅଭିଯୋଗ କରିଛନ୍ତି ମହିଳାମାନେ । ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀକୁ ଆସୁଥିବା ସରକାରୀ ସହାୟତା ବାବଦରେ ମହିଳାମାନଙ୍କୁ ଏମବିକେ ଜଣାଉନଥିବା ଅଭିଯୋଗ ହୋଇଛି।
ମହିଳାମାନଙ୍କ ଟ୍ରେନିଂ ପାଇଁ ଆସୁଥିବା ଟଙ୍କା ଉପଯୁକ୍ତ ଭାବେ ଖର୍ଚ୍ଚ କରାଯାଉନଥିବାରୁ ମହିଳାମାନେ ଆଞ୍ଚଳିକ ସଂଘର ସଭାପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଆସୁଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ସୂଚନା ପ୍ରଦାନ ପାଇଁ ମହିଳାମାନେ ଦାବି କରିଛନ୍ତି ।
ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ