ETV Bharat / state

କ୍ରୀଡା ଉତ୍ସବରେ ଅଘଟଣ, ମଧ୍ୟାହ୍ନ ଭୋଜନ ଖାଇ ୧୫ରୁ ଅଧିକ ଛାତ୍ରୀ ଅସୁସ୍ଥ - ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରୀ ଅସୁସ୍ଥ

ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ବଡ଼ଖୁରି ଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୫ରୁ ଅଧିକ ଛାତ୍ରୀ ଅସୁସ୍ଥ । ଅଧିକ ପଢନ୍ତୁ

କ୍ରୀଡା ଉତ୍ସବ ବେଳେ ଅଘଟଣ
କ୍ରୀଡା ଉତ୍ସବ ବେଳେ ଅଘଟଣ
author img

By

Published : Jan 28, 2023, 5:38 PM IST

କ୍ରୀଡା ଉତ୍ସବ ବେଳେ ଅଘଟଣ

ବାଲେଶ୍ବର: କ୍ରୀଡା ଉତ୍ସବ ଚାଲିଥିବା ବେଳେ ବିଦ୍ୟାଳୟରେ ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ୧୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ବଡ଼ଖୁରି ଏମଇ ସ୍କୁଲରେ । ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, ସୋର ବ୍ଲକ ବଡ଼ଖୁରି ଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଅନେକ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଛାତ୍ରୀମାନେ ମିୟୁଜିକ ଚେୟାରରେ ଭାଗ ନେଇଥିଲେ। ଏହି ଖେଳ ଚାଲୁଥିବା ବେଳେ ହଠାତ କିଛି ଛାତ୍ରୀ ମୁଣ୍ଡ ଯନ୍ତ୍ରଣା ଅନୁଭବ କରିବା ସହ ଚିତ୍କାର କରିଥିଲେ । ଜଣଙ୍କ ପରେ ଜଣେ ସମାନ ଯଣନ୍ତ୍ରା ଅନୁଭବ କରିଥିଲେ । ପ୍ରାୟ ୧୫ରୁ ଅଧିକ ଛାତ୍ରୀଙ୍କ ମଧ୍ୟରେ ଏଭଳି ସମସ୍ୟା ପରିଲକ୍ଷିତ ହୋଇଥିଲା । ଏହାପରେ ଛାତ୍ରୀମାନଙ୍କୁ ତୁରନ୍ତ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଅଧାରେ ରହିଗଲା ଘର ବାହୁଡା, ଅଟୋ-ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କାରେ ୪ ମୃତ

ସେଠାରେ କିଛି ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଏମିତି ଅସୁସ୍ଥ ହୋଇଥିବା ଯୋଗୁଁ ଖାଦ୍ୟରେ କୌଣସି ପ୍ରକାର ବିଷକ୍ରିୟା ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଏହି ଘଟଣାକୁ ନେଇ ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍କୁଲରେ ହେଉଥିବା ରୋଷେଇ ସ୍ଥାନ କେତେ ସଫାସୁତୁରା ଓ ବିଶୁଦ୍ଧ ସେନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ । ତେବେ ବର୍ତ୍ତମାନ ଛାତ୍ରୀଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: Ishaq Dar on Pak situation: ଅର୍ଥମନ୍ତ୍ରୀ କହିଲେ ଆର୍ଥିକ ସଙ୍କଟ ଦୂର କରିବେ ଆଲ୍ହା

ପ୍ରକାଶଥାଉକି, ଗତ କିଛି ଦିନ ତଳେ ଅନୁଗୋଳରୁ ମଧ୍ୟ ସମାନ ଖବର ସାମ୍ନାକୁ ଆସିଥିଲା । ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୨୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ଖାଇବାପରେ ଏମାନଙ୍କ ମଧ୍ୟରୁ ପ୍ରଥମେ ୨୦ଜଣ ପିଲାଙ୍କର ପେଟ କାଟିଥିଲା । ଏହାପରେ ଜଣଙ୍କ ପରେ ଜଣେ ବାନ୍ତି କରିବା ସହ ମୁଣ୍ଡ ବୁଲାଇ ଅଚେତ ହୋଇ ପଡ଼ିଥିଲେ । ସମସ୍ତ ଗୁରୁତର ଛାତ୍ରଛାତ୍ରୀଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.