ETV Bharat / state

ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟ, 6 ଆନ୍ତରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ୟୁନିଅନ ବ୍ୟାଙ୍କରୁ ଲୁଟ ଘଟଣା । 6 ଆନ୍ତରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

money loot from union bank in balasore
money loot from union bank in balasore
author img

By

Published : Jul 6, 2023, 10:05 AM IST

money loot from union bank in balasore

ବାଲେଶ୍ବର: ଚନ୍ଦନେଶ୍ଵର ୟୁନିଅନ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ ଘଟଣା । ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ କାବୁକଲା ପୋଲିସ । ଗ୍ୟାଙ୍ଗର 6 ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି । ଲୁଟର ତିନି ମାସ ପରେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଏହି ଡକାୟତି ଘଟଣାରେ ଆହୁରି 5 ଜଣଙ୍କ ସଂପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି । ଖୁବ୍‌ଶୀଘ୍ର ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରାଯିବ ବୋଲି ବାଲେଶ୍ଵର ଏସପି କହିଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ବୋଲି ଜଣା ପଡିଛି ।

ଏହା ମଧ୍ୟ ପଢନ୍ତୁ-ସହରରେ ବୁଲୁଛନ୍ତି ପେସାଦାର ଲୁଟେରା, ସ୍ପଷ୍ଟ ଦିବାଲୋକରେ ଡାକ୍ତର ଦମ୍ପତିଙ୍କ ଘରୁ ଲୁଟିଲେ

ଗତ ଏପ୍ରିଲ ମାସ 26 ତାରିଖରେ ତାଳସାରି ଥାନା ଅନ୍ତର୍ଗତ ଚନ୍ଦନେଶ୍ଵର ୟୁନିଅନ ବ୍ୟାଙ୍କରୁ ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଡକାୟତି କରିଥିଲେ ଲୁଟେରା ଗ୍ୟାଙ୍ଗ । 600 ପ୍ୟାକେଟ୍‌ ସୁନା ଅଳଙ୍କାର ସହ 45 ଲକ୍ଷ 52 ହଜାର 910 ଟଙ୍କା ଲୁଟି ନେଇଥିଲେ । ଏହି ଲୁଟ ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବା ସହ ପୋଲିସ ପଶ୍ଚିମବଙ୍ଗର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଯାଇ ତଦନ୍ତ କରିଥିଲା । ସେମାନଙ୍କଠାରୁ 3ଟି ପିସ୍ତଲ, 4ଟି ବାଇକ୍, 9ଟି ମୋବାଇଲ ସମେତ 6 ଲକ୍ଷ ଟଙ୍କା ଓ 300 ଗ୍ରାମ ସୁନା ଜବତ କରାଯାଇଛି । ଯାହାର ମୂଲ୍ୟ 15 ଲକ୍ଷ ଟଙ୍କା ହେବା ନେଇ ପୋଲିସ ସୂଚନା ଦେଇଛନ୍ତି । ମୋଟ 5 କେଜିରୁ ଅଧିକ ସୁନା ଅଳଙ୍କାର ବ୍ୟାଙ୍କରୁ ଏହି ଡକାୟତମାନେ ଲୁଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ସୁନା ସଫେଇ ଆଳରେ ଲୁଟିନେଲେ ୪ଲକ୍ଷ ଟଙ୍କାର ଅଳଙ୍କାର

ପ୍ରଥମେ ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ପରେ କିଛି ସମୟ ବସି ରହିଥିଲେ ଲୁଟେରା । ମଉକା ଦେଖି କିଛି ଲୁଟେରା ମୁଖ୍ୟ ଦ୍ବାର ବାହାର ପଟୁ ବନ୍ଦ କରିବା ପରେ ଭିତରେ ଥିବା ଲୁଟେରାମାନେ ମ୍ୟାନେଜର ଓ ଗ୍ରାହକମାନଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଭୟଭୀତ କରାଇଥିଲେ । ପରେ ବ୍ୟାଙ୍କ କର୍ମଚାରୀଙ୍କୁ ଆଣ୍ଠେଇ ଦେଇଥିଲେ ଏବଂ ଗ୍ରାହକମାନଙ୍କ ପାଖରୁ ମୋବାଇଲ ଛଡାଇ ନେବା ସହିତ ସେମାନଙ୍କ ପାଖରେ ଥିବା ଟଙ୍କା ଏବଂ ବ୍ୟାଙ୍କରେ ଥିବା ଲକ୍ଷାଧିକ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇ ପଶ୍ଚିମବଙ୍ଗ ଅଭିମୁଖେ ବାଇକ୍ ଯୋଗେ ଫେରାର ହେଇଯାଇଥିଲେ । ସେବେଠାରୁ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଥିଲା । ଏବେ ଡକାୟତ ଗ୍ୟାଙ୍ଗର 6 ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.