ETV Bharat / state

ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By ETV Bharat Odisha Team

Published : Oct 8, 2023, 11:37 AM IST

ବାଲେଶ୍ୱର ଜିଲ୍ଲା ସୋର ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ଟ୍ରକକୁ ପଛରୁ ତୀର୍ଥଯାତ୍ରୀ ବସ ଧକ୍କା ଦେବା ଫଳରେ ୧୪ ଜଣ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ
ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ
ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ

ବାଲେଶ୍ବର: ବାଲେଶ୍ବରରେ ସଡକ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ । ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ସୋର ନିକଟରେ ଏହି ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୭ ତାରିଖରେ ନେପାଳ ବାଙ୍କେ ଜିଲ୍ଲାରୁ ଏକ ବସରେ ୬୧ ଜଣ ତୀର୍ଥ ଯାତ୍ରାରେ ବାହାରିଥିଲେ । କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଆଜି ସକାଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ମନୋରଞ୍ଜନ ଢାବା ସମ୍ମୁଖରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ବସ୍‌ଟି ଧକ୍କା ଦେଇଥିଲା । ଫଳରେ ଟ୍ରକରେ ଥିବା ୬୧ ଜଣଙ୍କ ମଧ୍ୟରୁ 14 ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିଲା । ତେବେ ଏନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣି ଚିକିତ୍ସିତ କରାଇଛନ୍ତି । ସେପଟେ ବସ୍‌ ଡ୍ରାଇଭର ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- Tourist Bus Overturns: ଭଦ୍ରକରେ ଓଲଟିଲା ବସ, 55ରୁ ଅଧିକ ଯାତ୍ରୀ ଆହତ

ପ୍ରକାଶ ଥାଉକି, ଗତ ଅଗଷ୍ଟ ମାସରେ 60 ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ସଡ଼କ ଦୁର୍ଘଟଣା ହୋଇଖଥିଲା । ତୀର୍ଥଯାତ୍ରୀ ବସ୍‌କୁ ପଛପଟୁ ଧକ୍କା ଦେଇଥିଲା ଆଉ ଏକ ତୀର୍ଥଯାତ୍ରୀ ବସ୍‌ । ଏନେଇ ଘଟଣାସ୍ଥଳରେ ୧୦ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଜ୍ୟୋତି ଟ୍ରାଭେଲର୍ସ ନାମକ ବସ୍‌ 25 ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଅଭିମୁଖେ ଯାଉଥିଲା । 60 ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ଖରାପ ଥିବାରୁ ଗାଡ଼ିର ବେଗ କମାଇ ଦେଇଥିଲେ ଗାଡ଼ି ଚାଳକ । ହେଲେ ଏହି ସମୟରେ ପଛପଟୁ ଆସୁଥିବା ସାୟନ ସାୟନ୍ତିକା ନାମକ ଅନ୍ୟ ଏକ ତୀର୍ଥଯାତ୍ରୀ ବସ ଜ୍ୟୋତି ଟ୍ରାଭେଲର୍ସକୁ ପଛପଟକୁ ଧକ୍କା ଦେଇଥିଲା । ଫଳରେ 10 ଜଣ ସାମାନ୍ୟ ଆହତ ହୋଇଥିଲେ । ସାୟନ ସାୟନ୍ତିକା ବସ୍‌ରେ 40 ଜଣ ଯାତ୍ରୀ ଥିଲେ । ସେହି ବସ୍‌ଟି ପଶ୍ଚିମବଙ୍ଗର 24 ପ୍ରଗଣାରୁ ପୁରୀ ଯାଉଥିଲା । ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁଇ ଜଣ ଡ୍ରାଇଭରଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.