ବାଲେଶ୍ବର: ସହରର ନେଳିଆବାଗ ଅଞ୍ଚଳକୁ 7 ଦିନ ପାଇଁ ଘୋଷଣା କରାଯାଇଛି କଣ୍ଟେନମେଣ୍ଟ ଜୋନ । ଏନେଇ ପ୍ରସ୍ତୁତି ଆକାରରେ ସମ୍ପୃକ୍ତ ଅଞ୍ଚଳକୁ ବିଭିନ୍ନ ଦିଗରୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ସିଲ କରାଯାଇଛି । ଅଞ୍ଚଳବାସୀଙ୍କୁ ପ୍ରଶାସନିକ କାର୍ଯ୍ୟ ସମ୍ପର୍କରେ ସୂଚନା ଓ ସହାୟତା ପାଇଁ ଏକ ହ୍ଵାଟ୍ସଆପ ଗ୍ରୁପ ଗଠନ କରାଯାଇଛି। ସ୍ଥାନୀୟ ଅଞ୍ଚଳର 10 ଜଣ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ନେଇ ଗଠିତ ହୋଇଥିବା ଏହି ହ୍ବାଟ୍ସଆପ ଗ୍ରୁପ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସମନ୍ବୟ ରଖିବ।
ଏହି ସମୟ ମଧ୍ୟରେ ଲୋକମାନେ କୌଣସି ସମସ୍ୟା ବା ଅସୁବିଧାର ସମ୍ମୁଖୀନ ହେଲେ ଏହି ଗ୍ରୁପ ଜରିଆରେ ପ୍ରଶାସନକୁ ଖବର ଦେଇପାରିବେ । ଗ୍ରୁପରେ ଥିବା ବ୍ୟକ୍ତିମାନେ ହେଲେ- ଆଶିଷ ଘୋଷ, ଅଜୟ କୁମାର ପାଣି, ମନୋହର ପେରିୱାଲ, ଶୁଭଶ୍ରୀ ଦାଶ, ରବି ସାହୁ, ଅଶୋକ ସାହୁ, ଶେଖ ଗୟାସୁଦ୍ଦିନ, ଅନୁପ କୁମାର ସାହୁ, ଜେମ୍ସ ରଞ୍ଜନ ସିଂ, ସାଗର ସିଂ, ଭୁବନାନନ୍ଦ ପରିଡ଼ା, ସମରେନ୍ଦ୍ର ପାଣିଗ୍ରାହୀ, ସୁକାନ୍ତ କୁମାର ସିଂ, ଶୁଭେନ କୁମାର ରାଉତ ଓ ସୁଜିତ ଦାସ ।
ସେହିପରି ଆସନ୍ତା 30 ତାରିଖ ସୁଦ୍ଧା ବାଲେଶ୍ବର ବଡ଼ ଡାକ୍ତରଖାନାରେ ରାପିଡ ଟେଷ୍ଟ ସୁବିଧା ଉପଲବ୍ଧ ହେବ । ଏହାସହ କୋଭିଡ-୧୯ ପାଇଁ ସ୍ବାବ ନମୂନା ପରୀକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମି କାମ ତ୍ବରାନ୍ବିତ ହୋଇଛି । ଏହି କାମ ସରିବା ପରେ ଏଠାରେ ସନ୍ଦିଗ୍ଧଙ୍କର ସ୍ବାବ ନମୂନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ