ETV Bharat / state

ଖୋଲିବ ସ୍କୁଲ; ପିଲା ଉତ୍ସାହିତ, ଶିକ୍ଷକଙ୍କ ଆବେଗ ଦ୍ଵିଗୁଣା

ଆସନ୍ତା 8 ତାରିଖରୁ ସ୍କୁଲ ଖୋଲିବା ନେଇ ଶିକ୍ଷାବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ବାଲେଶ୍ଵର ଜିଲ୍ଲା ସ୍କୁଲ ପରିସର ସମେତ କ୍ଳାସରୁମରେ ପିଲାଙ୍କ ପାଠପଢା ପାଇଁ ନିଆଯାଇଛି ବହୁ ପଦକ୍ଷେପ।

author img

By

Published : Jan 5, 2021, 2:27 PM IST

ଦିର୍ଘଦିନ ପରେ ଖୋଲିବାକୁ ଯାଉଛି ସ୍କୁଲ
ଦିର୍ଘଦିନ ପରେ ଖୋଲିବାକୁ ଯାଉଛି ସ୍କୁଲ

ବାଲେଶ୍ବର: ଦୀର୍ଘମାସର ବ୍ୟବଧାନ ପରେ ପୁଣିଥରେ ସ୍କୁଲ ପରିସର ହେବ ଚଳଚଞ୍ଚଳ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଣି ସୃଷ୍ଟିହେବ ଶୈକ୍ଷିକ ପରିବେଶ। ଏନେଇ ବାଲେଶ୍ଵର ଜିଲ୍ଲାସ୍କୁଲ ପରିସର ସମେତ କ୍ଳାସରୁମରେ ପିଲାଙ୍କ ପାଠପଢା ପାଇଁ ନିଆଯାଇଛି ବହୁ ପଦକ୍ଷେପ।

ଦିର୍ଘଦିନ ପରେ ଖୋଲିବାକୁ ଯାଉଛି ସ୍କୁଲ

ଆସନ୍ତା 8 ତାରିଖରୁ ସ୍କୁଲ ଖୋଲିବା ନେଇ ଶିକ୍ଷାବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସରକାରୀ ଗାଇଡ଼ଲାଇନ ଅନୁସାରେ, ସ୍କୁଲ ପରିସର ସାନିଟାଇଜ କରାଯିବା ସହ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖି ଆରମ୍ଭ ହେବ କ୍ଳାସ।

କୋରୋନା ଯୋଗୁଁ ଲକଡାଉନ ପରେ ଅନଲାଇନ କ୍ଳାସ ଜରିଆରେ ପାଠପଢା ପାଇଁ ସରକାର ନିଷ୍ପତି ନେଇଥିଲେ । ଆଉ ଏବେ ଦୀର୍ଘ 9 ମାସ ସ୍କୁଲ ବନ୍ଦ ପରେ ପରେ ପୁଣି ଖୋଲିବାକୁ ଯାଉଛି ସ୍କୁଲ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ସେହିପରି ଶିକ୍ଷକମାନେ ମଧ୍ୟ ଦିର୍ଘଦିନର ବ୍ୟବଧାନ ପରେ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତକୁ ନେଇ ଆବେଗ ପ୍ରକାଶ ପାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.