ETV Bharat / state

ଡକାୟତି ଯୋଜନା ଉଦ୍ୟମ ପଣ୍ଡ, 9 ଗିରଫ - balasore

ବାଲେଶ୍ୱରରୁ ବଢି ଚାଲିଛି ଡକାୟତି ରାହାଜାନି ଭଳି ଅପରାଧ। ଆଜି ଏକ ବଡ ଡକାୟତି ପାଇଁ 9 ଜଣ ଡକାୟତ ଯୋଜନା କରୁଥିବାବେଳେ ଧରିନେଇଛି ପୋଲିସ । ସେମାନଙ୍କ ଠାରୁ ତେଲେଙ୍ଗା କଟୁରୀ, ଦୁଇ ପଟିଆ ଧାର ଛୁରୀ, ଖେଳନା ବନ୍ଧୁକ, ମୁଖା, ନିଶା ଦ୍ରବ୍ୟ ଓ ୪ଟି ବାଇକ ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Mar 25, 2019, 11:26 PM IST

ବାଲେଶ୍ୱର: ସହରରେ ଡକାୟତି ଉଦ୍ୟମ କରୁଥିବା ୯ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ ବେଳେ ପୋଲିସ ଖବର ପାଇ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବାଲେଶ୍ୱର ସହଦେବଖୁଣ୍ଟା ଆଦର୍ଶ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ୯ଜଣ ଯୁବକ ସହଦେବଖୁଣ୍ଟା ଆଦର୍ଶ ଥାନା ଅଞ୍ଚଳରେ ଡକାୟତି କରିବା ପାଇଁ ଫିରିଙ୍ଗିପାଟଣାସ୍ଥିତ ଏକ ଅର୍ଦ୍ଧନିର୍ମିତ କୋଠା ଘରେ ଯୋଜନା ପ୍ରସ୍ତୁତ କରୁଥିଲେ । ଏହି ଘଟଣା ସଂପର୍କରେ ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉବେଳେ ଡକାୟତଙ୍କ ନିକଟରୁ ତେଲେଙ୍ଗା କଟୁରୀ, ଦୁଇ ପଟିଆ ଧାର ଛୁରୀ, ଖେଳନା ବନ୍ଧୁକ, ମୁଖା, ନିଶା ଦ୍ରବ୍ୟ ଓ ୪ଟି ବାଇକ ଜବତ କରିଥିଲା ।

ଡକାୟତଙ୍କୁ ପୋଲିସ ପଚରାଉଚୁରା କରିବା ପରେ ଡକାୟତି ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ । ପୋଲିସ କେସ ନଂ ୭୪/୧୯ ରେ ମାମଲା ରୁଜୁ କରି ଡକାୟତଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ସହଦେବଖୁଣ୍ଟା ଥାନା ଅଧୀନ ଗୋଶାଳାପଦା ଅଞ୍ଚଳର ପିକୁନ ବେହେରା, ଚନ୍ଦନ ମୁର୍ମୁ, ରଣଜିତ ବେହେରା, ସତ୍ୟଜିତ ନାଥ, ସିଲୁ ଗୋଛାୟତ, ସହଦେବଖୁଣ୍ଟା ଅଞ୍ଚଳର ଆଶିଷ ବିଶ୍ୱାଳ, ନିରଞ୍ଜନ ବିଶ୍ୱାଳ, ଟାଉନ ଥାନା ଅଧୀନ ବାରବାଟୀ ଅଞ୍ଚଳର ଶୁବାଶିଷ ଦାସ, ଶିଳ୍ପାଂଚଳ ଥାନା ଅନ୍ତର୍ଗତ ବିକାଶ ନଗର ଅଂଚଳର ଜ୍ୟୋତି ରଞ୍ଜନ ସାହୁ ବୋଲି ଜଣାପଡ଼ିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.