ETV Bharat / state

ଗାଁରେ ନାହିଁ ପକ୍କା ରାସ୍ତା, ଅସନ୍ତୋଷ ଗ୍ରାମବାସୀ - ବାଲେଶ୍ବରରେ ରାସ୍ତା ସମସ୍ୟା

ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଯଇପୁର ଗ୍ରାମରେ ନାହିଁ ପକ୍କା ରାସ୍ତା (Road Problem in Balasore) । ମାଟି ରାସ୍ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଗାଁରେ ନାହିଁ ପକ୍କା ରାସ୍ତା,  ଅସନ୍ତୋଷ ଗ୍ରାମବାସୀ

author img

By

Published : Dec 13, 2021, 7:47 AM IST

ବାଲେଶ୍ବର: ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ଗାଁରେ ନାହିଁ ପକ୍କା ରାସ୍ତା ( Road Problem in Balasore) । ପ୍ରତି ଗାଁରେ ପକ୍କା ସଡକ ପାଇଁ କେନ୍ଦ୍ର ସରକାରଙ୍କୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ତାହା ଏବେ ଫେଲ ମାରିଛି । ପକ୍କା ସଡକ ଯେମିତି ସାତ ସପନ ହୋଇଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଯଇପୁର ଗ୍ରାମରେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ।

ଗାଁରେ ନାହିଁ ପକ୍କା ରାସ୍ତା, ଅସନ୍ତୋଷ ଗ୍ରାମବାସୀ

ଔପଦା ଗଣ୍ଡିବେଡ଼ ମୁଖ୍ୟ ରାସ୍ତା ବୁଢ଼ା ଗଡ଼ିଆ ଛକ ଠାରୁ ଯଇପୁର ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଫଳରେ ଆମ୍ବୁଲାନ୍ସଟିଏ ଯିବା ମଧ୍ୟ ସମ୍ଭବ ପର ହୋଇ ପାରୁନି । ଅନ୍ୟପଟେ ଗ୍ରାମ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ମଧ୍ୟ ସମାନ । ଟିକିଏ ବର୍ଷା ହେଲେ ପାଣି କାଦୁଅରେ ଭର୍ତ୍ତି ହୋଇପଡୁଛି ପୁରା ରାସ୍ତା । ଏନେଇ ସାହି ବାସିନ୍ଦା ଅନେକ ଥର ରାସ୍ତା କାମ ପାଇଁ ଦାବି କରିବା ପରେ ସରକାରୀ ସ୍ତରରେ ରାସ୍ତାକାମ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ମାତ୍ର ଠିକାଦାର କେବଳ ମାଟି ବିଛାଇ କାମ ସାରି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଏହା ବ୍ୟତୀତ ପ୍ରକାଶ ସାହୁ ନାମକ ଜଣେ ଯୁବକ ଯିଏ କି କମାଣ୍ଡୋ ଭାବେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ବେଳେ ନିଜ ଘରକୁ ଯିବାପାଇଁ ପ୍ରାୟ 55 ହଜାର ଟଙ୍କା ଖର୍ଚ୍ଚ କରି ମାଟି ଓ ଚିପ୍ସ ଗୁଣ୍ଡ ପକାଇ ରାସ୍ତା କାମ କରିଥିଲେ । ପୁଣି ସେହି ରାସ୍ତା ସରକାରୀ ସ୍ତରରେ କାମ କରାଯାଇ କେବଳ ମାଟି ବିଛାଇ କାମ ସାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏତଦ ବ୍ୟତୀତ ଗାଁକୁ ଆସିଥିବା ଅନୁଦାନ ଅର୍ଥ ବାଟମାରଣା ହୋଇଥିବା ଗ୍ରାମର କିଛି ଲୋକ ଅଭିଯୋଗ କରିଛନ୍ତି।

ଏନେଇ ଠିକାଦାରଙ୍କୁ ପଚାରିବାରୁ ସେ କହିଥିଲେ ଯେ, 1 ଲକ୍ଷ 25 ହଜାର ଟଙ୍କାର ରାସ୍ତାରେ କେବଳ ମାଟି କାମ କରାଯାଇଛି । ସେହି ରାସ୍ତା ପାଇଁ 3 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଆଗାମୀ ଦିନରେ ଉନ୍ନତ ରାସ୍ତାକାମ କରାଯିବ । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଗାଁକୁ ଉନ୍ନତ ମାନର ରାସ୍ତା ନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ କି ସମୁଦାୟ 484 ଜଣ ଲୋକ କାମ କରିଥିଲେ ମାତ୍ର କେତେ ଟଙ୍କା ମଜୁରୀ ବାବଦକୁ ଦିଆଯାଇଛି ତାହା ସେ ଉତ୍ତର ଦେବାରେ ଅସମର୍ଥ ହୋଇଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.