ବାଲେଶ୍ଵର: ପିଡିଏସ ସାମଗ୍ରୀ ବଣ୍ଟନକୁ ନେଇ ରାସ୍ତାରୋକ । ବାଲେଶ୍ବର ଜିଲ୍ଲା ରସାଳପୁର ପଞ୍ଚାୟତର ପିଡିଏସ ହିତାଧିକାରୀମାନେ ରାସ୍ତାରୋକ କରିଛନ୍ତି ।
ସୂଚନା ଅନୁସାରେ, ପଞ୍ଚାୟତର ପାଖାପାଖି 8 ହଜାର ହିତାଧିକାରୀ ହନୁମାନ ଏସଏଚଜି ପାଖରୁ ପିଡିଏସ ସାମଗ୍ରୀ ନେଉଥିଲେ। ମାତ୍ର କିଛି ହିତାଧିକାରୀଙ୍କ ନାମ ହନୁମାନ ଏସଏଚଜିରୁ କାଟି ଅନ୍ୟ ଏକ ନିର୍ଦ୍ଦିଷ୍ଟ ଏସଏଚଜିକୁ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା ଅଭିଯୋଗ ହୋଇଥିଲା।
ଏହାକୁ ନେଇ ହିତାଧିକାରୀମାନେ ରାସ୍ତାରୋକ କରିଥିଲେ। ଦୀର୍ଘ ସମୟ ରାସ୍ତାରୋକ କରିବା ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ