ETV Bharat / state

Panchayat Poll: ସରପଞ୍ଚ ପ୍ରାର୍ଥୀ ପଦରେ ରିକ୍ସା ଚାଳକ, ସାଜିଲେ ଉଦାହରଣ

author img

By

Published : Feb 3, 2022, 5:09 PM IST

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ପ୍ରାର୍ଥୀ ଚର୍ଚ୍ଚାରେ ରହିଛନ୍ତି । ସେହିପରି ରେମୁଣା ବ୍ଲକର ମନ୍ଦାରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ରିକ୍ସା ଚାଳକ ସନାତନ ଦାସ ନିର୍ବାଚନ ଲଢ଼ୁଛନ୍ତି ।

ରିକ୍ସା ଚାଳକ ସରପଞ୍ଚ ପ୍ରାର୍ଥୀ
ରିକ୍ସା ଚାଳକ ସରପଞ୍ଚ ପ୍ରାର୍ଥୀ

ବାଲେଶ୍ବର: କୌଣସି ମଡେଲ, ଉଚ୍ଚଶିକ୍ଷିତା ବା ଚାକିରିଆ ନୁହଁନ୍ତି ବରଂ ନିର୍ବାଚନ ଲଢେଇରେ ସାମିଲ ହୋଇଛନ୍ତି ରିକ୍ସା ଚାଳକ । ଚଳିତ ପଞ୍ଚାୟତ ନିର୍ବାଚନରେ ରେମୁଣା ବ୍ଲକର ମନ୍ଦାରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ରିକ୍ସା ଚାଳକ ସନାତନ ଦାସ । ପାଖରେ ଟଙ୍କା ନାହିଁ ସତ କିନ୍ତୁ ମନରେ ଦୃଢ ବିଶ୍ବାସ ଓ ଗ୍ରାମ ପ୍ରତି ସେବା ମନୋବୃତ୍ତି ରଖି ସେ ପ୍ରାର୍ଥୀ ହୋଇଛନ୍ତି ।

ରିକ୍ସା ଚାଳକ ସରପଞ୍ଚ ପ୍ରାର୍ଥୀ

ସନାତନଙ୍କ ଧନସମ୍ପତ୍ତି କିଛି ନଥିବାବେଳେ କେବଳ ସେ ରିକ୍ସା ଉପରେ ଭରସା କରି ପେଟ ପୋଷନ୍ତି। ଚତୁର୍ଥ ଶ୍ରେଣୀ ଯାଏଁ ପଢ଼ିଥିବା ସନାତନ ୨୦୧୭ ନିର୍ବାଚନରେ ସମିତି ସଭ୍ୟ ପଦ ପାଇଁ ଲଢ଼ିଥିଲେ । ଆଉ ଏବେ ପୁଣିଥରେ ସରପଞ୍ଚ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.