ବାଲେଶ୍ଵର: ଟ୍ରେନ ଧକ୍କାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଷ୍ଟେସନ ନିକଟରେ ।
ସୂଚନା ଅନୁଯାୟୀ, ସୋମବାର ଦିନ 3ଟା ସମୟରେ ପଶ୍ଚିମବାଡ ପଞ୍ଚାୟତର ରେଳା ଗ୍ରାମର ବିରେନ୍ଦ୍ର ପୁଷ୍ଟି (66) ଜଳେଶ୍ଵର ଷ୍ଟେସନ ନିକଟରେ ରେଳ ଧାରଣା ପାରି ହେଉଥିଲେ । ଏହି ସମୟରେ ଡାଉନ୍ ଲାଇନରେ ଆସୁଥିବା ଫଲକନାମା ଏକ୍ସପ୍ରେସ ତାଙ୍କୁ ଧକ୍କା ଦେଇଥିଲା ।
ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ