ETV Bharat / state

ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣା ସ୍ଥଗିତ, ଦାବି ପୂରଣ ନହେଲେ ଆମରଣ ଅନଶନ

author img

By

Published : Jul 6, 2023, 9:17 AM IST

ଇପିଏଫ୍ ପେନସନ ଦାବିରେ ବାଲେଶ୍ବର ପୂର୍ତ୍ତ ବିଭାଗ ଅଫିସ୍ ସାମ୍ନାରେ ଚାଲିଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଗଣଧାରଣା ସ୍ଥଗିତ । ଅଧିକ ପଢନ୍ତୁ

ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣା ସ୍ଥଗିତ
ଅବସରପ୍ରାପ୍ତ କର୍ମଚାରୀଙ୍କ ଗଣଧାରଣା ସ୍ଥଗିତ
ଦାବି ପୂରଣ ନହେଲେ ଆମରଣ ଅନଶନ

ବାଲେଶ୍ଵର: ଜିଲ୍ଲା ପୂର୍ତ୍ତ ବିଭାଗ ଅଫିସ୍ ସମ୍ମୁଖରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଇପିଏଫ ପେନସନ୍‌ ଦାବିରେ ଚାଲିଥିବା ଗଣଧାରଣା ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଦାବିଗୁଡିକ ପୂରଣ ନହେଲେ ଅଗଷ୍ଟ ମାସର ପ୍ରଥମ ସପ୍ତାହରୁ ଆମରଣ ଅନଶନ ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରମିକ ସଂଗଠନର ମିଳିତ ମଞ୍ଚ ଟିୟୁଏସିସି ଗତକାଲି(ବୁଧବାର) ଧାରଣାକାରୀଙ୍କ ସହ ଆଲୋଚନା କରିବା ପରେ ସେମାନେ ଧାରଣା ସ୍ଥଗିତ ରଖିଛନ୍ତି ।

ଅଭିଯୋଗ ଅନୁସାରେ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବାଲେଶ୍ବର ଡିଭିଜନ୍-୧ ଅଧୀନରେ ଦୀର୍ଘ ବର୍ଷ ଧରି ସୂଚାର ରୂପେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଡିଏଲ୍‌ଆର ଓ ୱାର୍କଚାର୍ଜଡ୍ କର୍ମଚାରୀମାନେ ଇପିଏଫ୍ ସଂସ୍ଥାରୁ ପେନସନ୍‌ ଦାବି କରି ଗତ ଜୁନ୍ ୧ ତାରିଖଠାରୁ ଦୀର୍ଘ ୩୫ ଦିନ ଧରି ପ୍ରବଳ ଗ୍ରୀଷ୍ମ ଓ ବର୍ଷାରେ ଗଣଧାରଣାରେ ବସିଥିଲେ । ଏହି କର୍ମଚାରୀମାନଙ୍କ ପେନସନ୍‌ ପାଇଁ ଆବଶ୍ୟକୀୟ ତଥ୍ୟ ଓ କାଗଜପତ୍ର ଇପିଏଫ୍ କମିଶନରଙ୍କୁ ଡିଭିଜନ୍‌ କର୍ତ୍ତୃପକ୍ଷ ପ୍ରଦାନ କରୁନଥିବାରୁ ସେମାନେ ଅବସର ପରେ ପେନସନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଡିଭିଜନ୍‌ର ଦାୟିତ୍ବରେ ଥିବା ଅଧିକ୍ଷଣ ଯନ୍ତ୍ରୀଙ୍କ ଜିଦ୍‌ଖୋର ମାନସିକତା ଯୋଗୁଁ ଏହି କର୍ମଚାରୀମାନେ ସେମାନଙ୍କର ଆଇନଗତ ପେନସନ୍ ଓ ଅବସରକାଳୀନ ପାଉଣା ପାଇପାରୁ ନଥିବା ଅଭିଯୋଗ ହୋଇଛି ।

ଇପିଏଫ୍ କମିଶନଙ୍କ ବହୁବାର ତାଗିଦ ସତ୍ତ୍ଵେ ଅଧ୍ୟକ୍ଷଣ ଯନ୍ତ୍ରୀ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିନଥିଲେ । ଫଳରେ ପୂର୍ତ୍ତ ବିଭାଗର ବ୍ୟାଙ୍କରେ ଥିବା ଜମା ପାଣ୍ଠିରୁ କମିଶନର ପ୍ରାୟ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିନେଇଥିଲେ ମଧ୍ୟ ତଳୁ ଉପର ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀମାନଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନଥିବା ଅଭିଯୋଗ ହୋଇଛି । ଏମିତି ଖାମାଖିଆଲି ନୀତି ପାଇଁ ଏହି ଅବସରପ୍ରାପ୍ତ କର୍ମଚାରୀମାନେ ନିର୍ଯ୍ୟାତନାର ଶିକାର ହେଉଥିବା କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ଅବସରପ୍ରାପ୍ତ କର୍ମଚାରୀଙ୍କ ବଢୁଛି ଦୁଃଖ, ମିଳୁନି ପେନ୍‌ସନ୍‌

ଅବସରପରେ କେତେକ କର୍ମଚାରୀ ସେମାନଙ୍କର ଆଇନଗତ ପ୍ରାପ୍ୟ ନପାଇ ଆଖି ବୁଜି ସାରିଲେଣି । ମୃତ କର୍ମଚାରୀଙ୍କ ପତ୍ନୀମାନେ ମଧ୍ୟ ସେମାନଙ୍କର ପ୍ରାପ୍ୟ ପାଇଁ ଏହି ଧାରଣାରେ ଦୀର୍ଘ ୩୫ ଦିନ ଧରି ବସି ରହିଥିଲେ । ବାଲେଶ୍ବରର ବହୁ ବରିଷ୍ଠ ଶ୍ରମିକ ନେତା ଓ ସମାଜସେବୀ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଧାରଣାକାରୀଙ୍କ ସମସ୍ୟା ସମାଧାନ ପାଇଁ ନିବେଦନ କରିଥିଲେ । ହେଲେ ଡିଭିଜନ୍‌ କର୍ତ୍ତୃପକ୍ଷ କେବଳ ସରକାରଙ୍କୁ ଏକ ଚିଠି ଲେଖିଦେଇ ନୀରବରେ ବସିଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ବାଲେଶ୍ଵରରେ ଶ୍ରମିକ ସଂଗଠନର ମିଳିତ ମଞ୍ଚ ଟିୟୁଏସିସିର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ସୀତାରାମ ପ୍ରଧାନ, ଇପିଏଫ୍ ପେନସନର୍ସ ଆସୋସିଏସନ୍‌ର ଜିଲ୍ଲା ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ଓ ଆଇନଜୀବୀ ପଦ୍ମଲୋଚନ ପତି ପ୍ରମୁଖ ବୁଧବାର ଦିନ ଧାରଣାସ୍ଥଳରେ ପହଞ୍ଚି ଧାରଣକାରୀଙ୍କ ସହ ସାକ୍ଷାତ କରି ସାମୟିକ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।

ଆସନ୍ତା ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଧାରଣାକାରୀ ସହମତି ପ୍ରକାଶ କରି ଧାରଣା ପ୍ରତ୍ୟାହାର କରିଛନ୍ତି । ଯଦି ଚଳିତ ମାସ ମଧ୍ୟରେ ସେମାନଙ୍କର ଦାବି ପୂରଣ ଦିଗରେ କର୍ତ୍ତୃପକ୍ଷ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ ନକରନ୍ତି ତେବେ ଆସନ୍ତା ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ସେମାନେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦିଆଯାଇଛି । ଦୀର୍ଘ ୩୫ ଦିନ ଧରି ଗଣଧାରଣାରେ ବସିଥିବା ଅବସରପ୍ରାପ୍ତ କର୍ମଚାରୀ ସୁଧାଂଶୁବାଳା ମହାପାତ୍ର, ଅନ୍ନପୂର୍ଣ୍ଣା ମହାଳିକ, ଅନିରୁଦ୍ଧ ବାରିକ, ରାମଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ଅନାମ ଚନ୍ଦ୍ର ରାଉତ, ଗୋବର୍ଦ୍ଧନ ପରିଡ଼ା, ଉଗ୍ରସେନ ବାରିକ, ଗଜେନ୍ଦ୍ର ନାୟକ, ଫୁଲମଣି ଦଳାଇ, ସୁକାନ୍ତି ପରିଡ଼ା, ଲକ୍ଷ୍ମଣ ମୁର୍ମୁ, ଦଇତାରୀ ପରିଡ଼ା, ବନମାଳୀ ପାତ୍ର, ସନାତନ ବେହେରା ଓ ଲକ୍ଷ୍ମଣ ଭୂୟାଁ ପ୍ରମୁଖ ପ୍ରାପ୍ୟ ତୁରନ୍ତ ପାଇବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.