ବାଲେଶ୍ଵର: ରାଜ୍ୟରେ ବଢୁଛୁ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି। ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ସହିତ ବେଳାଭୂମିକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ତାଳସାରି, ଉଦୟପୁର, ଡ଼ଗରା, ଚାନ୍ଦିପୁର ବେଳାଭୂମିରେ ଲୋକଙ୍କ ଗହଳିକୁ ସମ୍ପୂର୍ଣ୍ଣ ବାରଣ ହୋଇଛି । ସେହିପରି ପଞ୍ଚ ଲିଙ୍ଗେଶ୍ବର, ଚନ୍ଦନେଶ୍ବର, ଭୂଷଣ୍ଡେଶ୍ବର, ଇମାମି ଜଗନ୍ନାଥ ମନ୍ଦିରରେ ସାଧାରଣ ଦର୍ଶନ ଓ ପୂଜା ଉପରେ ରୋକ ଲଗାଯାଇଛି।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ