ETV Bharat / state

ଉପକୂଳ ଓଡିଶାରେ ବିଗିଡିଯିବ କି ବିଜେଡି ଗଣିତ ? - ଓଡିଶା ରାଜନୀତି

ଜଗତସିଂହପୁରରେ ଦାମ ଓ କେନ୍ଦ୍ରପଡାରେ ଜୟ-ବିଜୟ ଯୋଡି ବିଜେଡି ବିଜୟ ରଥ ରୋକିବାରେ ସଫଳ ହେବେ କି ? ଏବେ ଏଭଳି ପ୍ରଶ୍ନ ଏବେ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଖାଲି ଏତିକି ନୁହେଁ ଦଳରୁ ଟିକେଟ୍ ଆଶାୟୀ ଥିବା ଭଦ୍ରକର ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ଓ ତାଙ୍କ ସମର୍ଥକ ନବୀନ ନିବାସ ଆଗରେ ଖୋଲାଖୋଲି ବିଦ୍ରୋହ କରିବା ପାଇଁ ଧମକ ମଧ୍ୟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 2, 2019, 11:48 PM IST

ଭୁବନେଶ୍ବର: ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେଡିରେ ଅସନ୍ତୋଷର ବିଦ୍ରୋହ ସେତେ ବଢିବାରେ ଲାଗିଛି I ଦିନକୁ ଦିନ ଛାମୁଆ ନେତା ବିଜେଡି ଛାଡିବାରେ ଲାଗିଛନ୍ତି I ଗତ 3 ଦିନ ମଧ୍ୟରେ ଉପକୂଳ ଓଡିଶାର ଏହି ବିଦ୍ରୋହୀ ପ୍ରାର୍ଥୀଙ୍କ ବିରୋଧ ଏବେ ଦଳ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୁଖ୍ୟତଃ ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଓ ମୟୂରଭଞ୍ଜରେ ବିଜେଡି ବିଦ୍ରୋହ ଦଳକୁ ମହଙ୍ଗା ପଡିପାରେ ବୋଲି ଆଲୋଚନା ହେଉଛି । ମୟୂରଭଞ୍ଜରୁ ପ୍ରବୀଣ, ବାଲେଶ୍ବରରୁ ରଘୁ ମହାନ୍ତି, ଭଦ୍ରକରୁ ଅର୍ଜୁନ ଚରଣ ସେଠୀ ଏବଂ ଯାଜପୁରରୁ ମୋହନ ଦଳ ଛାଡିବା ପରେ ଉପକୂଳ ଓଡିଶାରେ ବିଜେଡି ଦୁର୍ଗ ଉପରେ ପ୍ରଭାବ ପଡିବ କି ? ଏହି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଙ୍କି ମାରିଛି ।

ଜଗତସିଂହପୁରରେ ଦାମ ଓ କେନ୍ଦ୍ରାପଡାରେ ଜୟ-ବିଜୟ ଯୋଡି ବିଜେଡି ବିଜୟ ରଥ ରୋକିବାରେ ସଫଳ ହେବେ କି ? ଏବେ ଏଭଳି ପ୍ରଶ୍ନ ଏବେ ସାଧାରଣ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଖାଲି ଏତିକି ନୁହେଁ ଦଳରୁ ଟିକେଟ୍ ଆଶାୟୀ ଥିବା ଭଦ୍ରକର ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ ଓ ତାଙ୍କ ସମର୍ଥକ ନବୀନ ନିବାସ ଆଗରେ ଖୋଲାଖୋଲି ବିଦ୍ରୋହ କରିବା ପାଇଁ ଧମକ ମଧ୍ୟ ଦେଇଛନ୍ତି ।

ସେପଟେ ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ୍ ମିଳିବା ପରେ ସେଠି ମଧ୍ୟ ସମାନ ଧରଣର ବିରୋଧ ଦେଖାଦେଇଛି । ଜିଲ୍ଲା କାର୍ଯ୍ୟାଳୟ ଭଙ୍ଗାରୁଜା ଠାରୁ ଆରମ୍ଭ କରି ନବୀନ ନିବାସ ଆଗରେ ଆଶାୟୀ ଥିବା ଅମରେନ୍ଦ୍ର ଦାସଙ୍କ ସମର୍ଥକ ପ୍ରଶାନ୍ତଙ୍କୁ ବିରୋଧ କରିବା ସହ ବିଜେଡି ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ହେବାକୁ ଚେତାବନୀ ଦେଇଛନ୍ତି । ସେପଟେ ବରୀ ନିର୍ବାଚନମଣ୍ଡଳୀ ଓ ନିଆଳିରେ ମଧ୍ୟ ଅସନ୍ତୋଷ ଅସମ୍ଭାଳ ହୋଇଛି । ହେଲେ ଦଳ ଏସବୁ କିଭଳି ପ୍ରଶମିତ କରି ଆଗକୁ ବଢୁଛି ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.