ETV Bharat / state

ଲଗାଣ ବର୍ଷାରେ ଭାସିଲା ମୋତିଗଞ୍ଜ ବଜାର - ମୋତିଗଞ୍ଜ ବଜାର

ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ସହରର ମୋତିଗଞ୍ଜ ବଜାରର ମୁଖ୍ୟରାସ୍ତା ଉପରେ ପାଣି ଢେଉ ମାରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Rainwater flooded Motiganj market
ମୋତିଗଞ୍ଜ ବଜାରରେ ଢେଉ ମାରିଲା ବର୍ଷା ପାଣି
author img

By

Published : Oct 2, 2020, 7:34 PM IST

ବାଲେଶ୍ଵର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ସହରର ମୋତିଗଞ୍ଜ ବଜାରର ମୁଖ୍ୟରାସ୍ତା ଉପରେ ବର୍ଷାପାଣି ଢେଉ ମାରୁଥିବା ଦେଖିବାକୁ ମିଳିଛି । ଅସରାଏ ବର୍ଷା ହେଲେ କଂଗ୍ରେସ ଗଳିରେ 4 ଫୁଟ ଉଚ୍ଚର ପାଣି ଚାଲିଥାଏ ।

ମୋତିଗଞ୍ଜ ବଜାରରେ ଢେଉ ମାରିଲା ବର୍ଷା ପାଣି

କଂଗ୍ରେସ ଗଳି ପାଣି ଉଛୁଳି ମୋତିଗଞ୍ଜ ବଜାର ଭିତରକୁ ପଶିଥିଲା । ଯାହା ଫଳରେ କି ସାଧାରଣ ଲୋକଙ୍କ ଯାତାୟତରେ ବାଧା ଉପୁଜିଥିଲା ।

ସେହିପରି ବର୍ଷାପାଣି ଦୋକାନ ଭିତରେ ପଶିଯିବାରୁ ଦୋକାନୀମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ଡ୍ରେନରେ ପାଣି ଅଟକି ଯାଉଥିବାରୁ ଏମିତି ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.