ETV Bharat / state

ମିସାଇଲ QRSAM ର ସଫଳ ପରୀକ୍ଷଣ

author img

By

Published : Nov 17, 2020, 5:01 PM IST

Updated : Nov 17, 2020, 7:08 PM IST

ଡିଆରଡିଓକୁ ପୁଣି ଆଉ ଏକ ସଫଳତା । ମଙ୍ଗଳବାର ପରୀକ୍ଷଣ ହୋଇଥିବା କ୍ୟୁଆରଏସଏଏମ ସଫଳତାର ସହ ଲକ୍ଷ୍ୟଭେଦ କରିଛି । ଅଧିକ ପଢନ୍ତୁ...

ଲକ୍ଷ୍ୟଭେଦ କରିଛି ମିସାଇଲ କ୍ୟୁଆରସାମ୍
ଲକ୍ଷ୍ୟଭେଦ କରିଛି ମିସାଇଲ କ୍ୟୁଆରସାମ୍

ବାଲେଶ୍ବର: ପୁଣି ଡିଆରଡିଓକୁ ମିଳିଲା ଆଉ ଏକ ସଫଳତା । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇଥିବା କ୍ୟୁକ୍ ରିଆକସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (କ୍ୟୁଆରଏସଏଏମ୍) ସଫଳତାର ସହ ଲକ୍ଷ୍ୟଭେଦ କରିଛି ।

ମିସାଇଲ QRSAM ର ସଫଳ ପରୀକ୍ଷଣ
ମିସାଇଲ QRSAM ର ସଫଳ ପରୀକ୍ଷଣ

ବାଲେଶ୍ବର ସ୍ଥିତ ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର 3 ନମ୍ବର ଉତକ୍ଷେପଣ କେନ୍ଦ୍ରରେ ଆଜି (ମଙ୍ଗଳବାର) ଅପରାହ୍ନ 3ଟା 40 ମିନିଟରେ ଏହି ପରୀକ୍ଷଣ କରାଯାଇଥିଲା । ଯାହା ସଫଳତାର ସହ ଲକ୍ଷଭେଦ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହାର ଲକ୍ଷ୍ୟ ଭେଦି କ୍ଷମତା 30 କିଲୋମିଟର ରହିଛି।

ମିସାଇଲ QRSAM ର ସଫଳ ପରୀକ୍ଷଣ

ତେବେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କ୍ବିକ୍ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିସାଇଲ ବା QRSAM ସଫଳତାର ସହିତ ଲକ୍ଷ୍ୟ ଭେଦ କରିଛି । ଏହି କ୍ଷେପଣାସ୍ତ୍ରଟି ଯେକୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଧ୍ବଂସ କରିପାରିବ ।

ଡିଆରଡିଓ ଓ ଭାରତ ଇଲେକ୍ଟ୍ରୋନିକ ଓ ଭାରତ ଡାଇନାମିକର ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି । ଏହାର ପ୍ରଥମ ପରୀକ୍ଷା ୨୦୧୭ ମସିହା ଜୁନ ୪ ତାରିଖରେ କରାଯାଇଥିଲା । ତେବେ QRSAM ର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 17, 2020, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.