ବାଲେଶ୍ବର: ଡାକ୍ତରଙ୍କ ସୁରକ୍ଷା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ବାଲେଶ୍ବର ଶାଖା ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଗତ 15 ତାରିଖ ଜଳେଶ୍ବର ଜିକେ ଭଟର ମେଡିକାଲରେ ଜଣେ ନାବାଳକର ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ନାବାଳକର ଅଚେତ ରୋଗ ଥିବା ବେଳେ ମେଡିକାଲକୁ ଆଣିବା ବେଳକୁ ତାର ମୃତ୍ୟୁ ହୋଇସାରିଥିଲା ବୋଲି ଆଜି ସୂଚନା ଦିଆଯାଇଛି। ମାତ୍ର ଲୋକମାନେ ସେ ଜୀବିତ ଅଛି ବୋଲି କହିବା ସହ ମେଡିକାଲ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ ବୋଲି ଡାକ୍ତର ଅଭିଯୋଗ କରିଛନ୍ତି।
ଏହାକୁ ନେଇ ଡାକ୍ତରଙ୍କ ସୁରକ୍ଷା, ମେଡିକାଲରେ ଗଣ୍ଡଗୋଳ କରିଥିବା ଲୋକଙ୍କ ଗିରଫ କରିବା ଭଳି ଦାବି ହୋଇଛି। ତେବେ ଗୋଟେ ପଟେ ଜୀବିତ ନାବାଳକକୁ ମୃତ ଦର୍ଶାଇବା ଅଭିଯୋଗରେ ଲୋକମାନେ ଉତ୍ତେଜିତ ହୋଇଥିବା ବେଳେ ଅନ୍ୟପଟେ ଡାକ୍ତର ନିଜର ସଫେଇ ଦେଇଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ