ETV Bharat / state

ଚାନ୍ଦିପୁରରେ ପ୍ରାକ୍ ନିର୍ବାଚନୀ ହିଂସା, ଦୁଇ ଗୁରୁତର

author img

By

Published : Nov 2, 2020, 11:23 AM IST

ବାଲେଶ୍ବର ଚାନ୍ଦିପୁରରେ ପ୍ରାକ୍ ନିର୍ବାଚନୀ ହିଂସା । ହୋଟେଲରେ ପଶି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣାରେ ଗୁରୁତର ହୋଇଥିବା ଦୁଇଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

Pre-election violence in Chandipur, 2 injured
ଚାନ୍ଦିପୁରରେ ପ୍ରାକ୍ ନିର୍ବାଚନୀ ହିଂସା: ଦୁଇ ଗୁରୁତର

ବାଲେଶ୍ବର: ଚାନ୍ଦିପୁରରେ ପ୍ରାକ୍ ନିର୍ବାଚନୀ ହିଂସା । ରବିବାର ବିଳମ୍ବିତ ରାତିରେ ହୋଟେଲରେ ପଶି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ଉଭୟଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପ୍ରଚାର ଶେଷ ହେବା ପରେ ଜିଲ୍ଲା ବାହାରର ସମସ୍ତ ରାଜନେତାଙ୍କୁ ଫେରିଯିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ହେଲେ ଜଣେ ରାଜନେତା ଚାନ୍ଦିପୁରର ଏକ ହୋଟେଲରେ ରହିଥିଲେ। ଏନେଇ ବିଜେପି ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ହେଲେ ବିଳମ୍ବିତ ରାତିରେ ଉକ୍ତ ହୋଟେଲରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ହୋଟେଲରେ ରହିଥିବା ବାହାର ଜିଲ୍ଲାର ଜଣେ ରାଜନେତା ଓ ଚାନ୍ଦିପୁର ସମିତିସଭ୍ୟ ଗୁରୁତର ଆହତ ହୋଇଥିଲେ। ଏହାପରେ ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ତେବେ ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଥାନାରେ ଅଟକ ରଖିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.