ETV Bharat / state

ବିଶ୍ୱେଶ୍ୱରଙ୍କୁ ମିଳୁନି ଭିନ୍ନକ୍ଷମ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ପାଇଁ ହେଉଛନ୍ତି ବାର ଦୁଆର - ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ପରିବାର

ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତ ଖମଟଣା ଗ୍ରାମର ବିଶ୍ୱେଶ୍ୱର । ଭିନ୍ନକ୍ଷମ ସତ୍ବେ ମିଳୁନି କୌଣସି ସହାୟତା । ଅଧିକ ପଢ଼ନ୍ତୁ

poor family seeks help from government
ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ପରିବାର
author img

By

Published : Apr 11, 2023, 9:35 PM IST

ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ପରିବାର

ବାଲେଶ୍ବର: କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ପ୍ରସ୍ତୁତ କରୁଛନ୍ତି ମାଳମାଳ ଯୋଜନା । ହେଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଗରୀବ ଲୋକଙ୍କ ପାଖରେ ସରକାରୀ ଯୋଜନା ଏବେବି ଅପହଞ୍ଚ । ଗ୍ରାମାଞ୍ଚଳରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି । ଜନ୍ମରୁ ବାକଶକ୍ତି ହରାଇଥିବା ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ଯେମିତି ଆଖି ବୁଜି ଦେଇଛି ପ୍ରଶାସନ । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତ ଖମଟଣା ଗ୍ରାମର ବାବୁରାମ ସାହୁଙ୍କ ପୁଅ ବିଶ୍ୱେଶ୍ୱରଙ୍କ କଥା ।

ବିଶ୍ୱେଶ୍ୱର ଅକ୍ଟୋବର ୨୦୦୨ ମସିହାରେ ଜନ୍ମ ହୋଇଥିଲେ । ଏବେ ତାଙ୍କୁ ୨୧ ବର୍ଷ ବୟସ । ବୟସ ଅତିକ୍ରମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କଥା କହିବାରେ ସେ ସକ୍ଷମ ହୋଇପାରିନାହାନ୍ତି । ଏବେ ସେ ପରିବାରର ବୋଝ ହାଲୁକା କରିବା କଥା । ମାତ୍ର ଭିନ୍ନକ୍ଷମ ଯୋଗୁଁ ତାଙ୍କୁ ନା କେଉଁଠି ନିଯୁକ୍ତି ମିଳୁଛି ନା କୌଣସି ରୋଜଗାର । ବାବୁରାମ ଅତ୍ୟନ୍ତ ଗରୀବ ପରିବାରର ଲୋକ ହୋଇଥିବାରୁ ମୁଲ ମଜୁରୀ ଲାଗି ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ବିଶ୍ୱେଶ୍ୱରଙ୍କ ବାପା ବାବୁରାମ ସାହୁ ଓ ମାଆ ସୁକାନ୍ତି ସାହୁ ମୁଲ ମଜୁରୀ ଲାଗି କଷ୍ଟେମଷ୍ଟେ ପରିବାର ଚଳାଉଥିବା ବେଳେ ପୁଅ ଚିନ୍ତା ତାଙ୍କ ଦୁଃଖକୁ ଆହୁରି ଦ୍ବିଗୁଣିତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ଫେକ୍‌ ସାର୍ଟିଫିକେଟରେ ପୋଷ୍ଟାଲ ଚାକିରି, ସିବିଆଇରେ ଅଭିଯୋଗ କଲେ PMG

ପୁଅର ଭିନ୍ନକ୍ଷମ ଭତ୍ତାଟିଏ ପାଇଁ ବାବୁରାମ ଆଜକୁ ୪ ବର୍ଷ ହେବ ବିଭିନ୍ନ ନେତା ମାନଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ ବୋଲି କହିଛନ୍ତି । ଦୀର୍ଘ ୪ ବର୍ଷ ହେବ ଅନଲାଇନ ମାଧ୍ୟମରେ ସମସ୍ତ କାଗଜପତ୍ର ଦେଇ ଆବେଦନ କରିଥିଲେ । ମାତ୍ର ଆଜି ଯାଏ କୌଣସି ସୁବିଧା ମିଳିପାରିନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଏମିତି ମାଳମାଳ ଯୋଜଦିନା କାହାପାଇଁ ? ବିଶ୍ୱେଶ୍ୱରଙ୍କୁ ଭତ୍ତା ମିଳିବା ପାଇଁ ଆଉ କେତେଦିନ ଲାଗିବ। ଏମିତି ଅନେକ ପ୍ରଶ୍ନ ଭିତରେ ଏ ଦୁଃଖି ପରିବାର ଭଙ୍ଗା ଛାତ ତଳେ ଜୀବନ ବିତାଉଛି । ଜଣେ ଗରିବ ଭିନ୍ନକ୍ଷମ ପରିବାରକୁ ସରକାରୀ ଯୋଜନାରେ ସାମିଲ କରି ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.