ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ନାବାଳିକାକୁ ଇଟାଭାଟି ମାଲିକ ଓ ତାଙ୍କ ସହଯୋଗୀ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନୀଳଗିରି ପୋଲିସ ଦୁଇଜଣଙ୍କୁ ଗିରଫ କରିଛି।
ଏହାକୁ ନେଇ ଜିଲ୍ଲା ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ଶୁକ୍ରବାର ପିଡିତାଙ୍କ ପରିବାରକୁ ଭେଟିବା ସହ ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରୁ ଫେରିବା ପରେ ମହିଳା କଂଗ୍ରେସ ଟିମ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହ ପିଡିତାଙ୍କ ପରିବାରକୁ ସରକାରୀ ସହାୟତା ସ୍ୱରୂପ 1 କୋଟି ଟଙ୍କା ପ୍ରଦାନ, ବ୍ୟବଛେଦ ରିପୋର୍ଟ ସାର୍ବଜନୀନ କରିବା, ନୀଳଗିରି ଅଞ୍ଚଳରେ ଥିବା ଆଦିବାସୀ ମହିଳାମାନଙ୍କ ସୁରକ୍ଷା ଦିଗରେ ଦୃଷ୍ଟିଦେବା ଭଳି ଦାବି ଉପସ୍ଥାପନ କରାଯାଇଛି।
ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ