ବାଲେଶ୍ବର: ନୀଳଗିରି ଥାନା ଅଞ୍ଚଳରେ ଦେଶୀ ବନ୍ଧୁକ ତିଆରି କରିବା ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ତେବେ ଆଜି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ହାତୀଖୁଲିଆ ଅଞ୍ଚଳରେ ପୋଲିସ ଓ ବନ ବିଭାଗର ମିଳିତ ଚଢାଉ କରି ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବରୁ ନୀଳଗିରି ଅଞ୍ଚଳରେ ଦେଶୀ ବନ୍ଧୁକ ତିଆରି ହେଉଥିବା ନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଆଧାର କରି ନୀଳଗିରି ପୋଲିସ ଓ ବନ ବିଭାଗ ହାତୀଖୁଲିଆ ଅଞ୍ଚଳରେ ଚଢାଉ କରିଥିଲେ । ଚଢାଉ ବେଳେ ଜଣଙ୍କ ଘରୁ ବନ୍ଧୁକ ତିଆରି କରିବାର ସାମଗ୍ରୀ ମିଳିଥିଲା । ଏଥିରେ ଅର୍ଦ୍ଧ ନିର୍ମିତ ବନ୍ଧୁକ ସମେତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତ ରୁବିଆ ସିଂ ଓ ରବୀନ୍ଦ୍ର ସିଂଙ୍କୁ ଗିରଫ କରିଛି ପୋଲିସ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ