ବାଲେଶ୍ଵର: ଜିଲ୍ଲାର ବାହାନଗା ବ୍ଲକ ଗୋପାଳପୁର ବଜାରରେ ଥିବା ବିଦେଶୀ ମଦ ଦୋକାନରେ 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପୋଲିସ ଉପରେ ଆକ୍ରମଣ ହୋଇଛି।
ଗୋଷ୍ଠୀ ସଂଘର୍ଷ ସଂପର୍କରେ ଖବର ପାଇ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଓ କିଛି କନେଷ୍ଟବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଗଣ୍ଡଗୋଳରେ ଲିପ୍ତ ଥିବା ଲୋକଙ୍କୁ ପୋଲିସ ଥାନାକୁ ନେବାପାଇଁ ଉଦ୍ୟମ କରୁଥିବା ବେଳେ ସେମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନଙ୍କ ସମେତ 3 କନଷ୍ଟେବଳ ଆହତ ହୋଇ ଖନ୍ତାପଡ଼ା ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ 2ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମେଡ଼ିକାଲକୁ ପଠାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ