ETV Bharat / state

ଇତିହାସ ସାଧକ ସର୍ବେଶ୍ବର, ସାଇତିଛନ୍ତି ସ୍ବାଧୀନତା ପୂର୍ବ ଓ ପରର 32 ହଜାର ଫଟୋ - Indian Independence Day

ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଜୀବନର ୫୬ ବର୍ଷ ଅତୀତକୁ ସାଉଁଟିବାରେ ଲାଗିଛନ୍ତି ବାଲେଶ୍ବର ଜିଲ୍ଲା ଇଞ୍ଚୁଡ଼ିର ନିଚ୍ଛକ ଦେଶପ୍ରେମୀ ସର୍ବେଶ୍ବର ଦାସ । ଇତିହାସର ପ୍ରତିଟି ପୃଷ୍ଠାକୁ ବେଶ ଯତ୍ନର ସହକାରେ ଫଟୋ ମାଧ୍ୟମରେ ସାଇତି ରଖିଛନ୍ତି । ଦେଖନ୍ତୁ ଆମର ଏହି ସ୍ପେଶାଲ ରିପୋର୍ଟ ନିରବ ଇତିହାସ ସାଧକ ।

patriot sarbeshwar das has collect photos of freedom fighters in balasore
ଇଞ୍ଚୁଡ଼ିର ଇତିହାସ ସାଧକ ସର୍ବେଶ୍ବର, ଇତିହାସ ବଞ୍ଚାଇବାକୁ ନିଆରା ପ୍ରୟାସ
author img

By

Published : Aug 14, 2022, 8:41 AM IST

ବାଲେଶ୍ବର: ଆଜାଦି କା ଅମୃତ ମହୋତ୍ସବ ପାଳୁଛି ଦେଶ । ଜାତିର ସ୍ବାଧୀନତା ପ୍ରତି ସଂଗ୍ରାମୀଙ୍କ ବଳିଦାନ, ସାମର୍ଥ୍ୟ ଓ ଜୀବନ ଆଜି ବି ମାନସ ପଟରେ ଝଲସି ଉଠୁଛି । ମାଟିର ମହାନବ୍ୟକ୍ତିତ୍ବଙ୍କ ଅମର ଗାଥାକୁ ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଜୀବନର ୫୬ ବର୍ଷ ଅତୀତକୁ ସାଉଁଟିବାରେ ଲାଗିଛନ୍ତି ଜଣେ ନିଚ୍ଛକ ଦେଶପ୍ରେମୀ । ଦେଶ ସ୍ବାଧୀନତା ପାଇଁ ସଂଗ୍ରାମୀଙ୍କ ବଳିଦାନ ଓ ମାଟିର ଇତିହାସର ସୁରକ୍ଷାରେ ଲାଗିପଡ଼ିଛନ୍ତି । ବୟସର ଅପରାହ୍ନରେ ମଧ୍ୟ ତାଙ୍କ ପାଦ ଅଟକି ଯାଇନି । ଜଣେ ଏକକ ନିରବ ସାଧକ ହୋଇ ଦେଶର ଇତିହାସ ସମ୍ପର୍କରେ ଭବିଷ୍ୟତ ପିଢ଼ିଙ୍କ ପାଖରେ ଉପସ୍ଥାପନ କରୁଛନ୍ତି । ଏମିତି ଜଣେ ନିଆରା ବ୍ୟକ୍ତି ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଇଞ୍ଚୁଡ଼ି ଅଞ୍ଚଳର ସର୍ବେଶ୍ବର ଦାସ ।

ଇଞ୍ଚୁଡ଼ିର ଇତିହାସ ସାଧକ ସର୍ବେଶ୍ବର

ଭାରତର ଦ୍ଵିତୀୟ ଦାଣ୍ଡି ଭାବେ ପରିଚିତ ଇଞ୍ଚୁଡ଼ିରେ ହୋଇଥିଲା ଲବଣ ସତ୍ୟାଗ୍ରହ । ଏଥିପାଇଁ ଅନେକ ସଂଗ୍ରାମୀ ବ୍ରିଟିଶ ସରକାର ଜୁଲମର ଶିକାର ହୋଇ ମଧ୍ୟ ଲୁଣ ମାରିବା ପ୍ରକ୍ରିୟାରୁ ହଟିନଥିଲେ । ଏମିତି ଏକ ମାଟିରେ ଜନ୍ମ ହୋଇ କେମିତି ବା ଇତିହାସ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଭୁଲି ପାରିବେ । ଇତିହାସର ପ୍ରତିଟି ପୃଷ୍ଠାକୁ ବେଶ ଯତ୍ନର ସହକାରେ ସେ ସାଇତି ରଖିଛନ୍ତି । ସ୍ବାଧୀନତା ପୂର୍ବ ଓ ପରର ପ୍ରାୟ 32 ହଜାର ଫଟୋଚିତ୍ର ନିଜ ପାଖରେ ସାଇତି ରଖିଛନ୍ତି (sarbeshwar das has collect photos of freedom fighters) । ଫଟୋ ସଂଗ୍ରହ କରିବା ପାଇଁ ସେ ଜୀବନର 56 ବର୍ଷ ତ୍ୟାଗ କରିଦେଇଛନ୍ତି । ଏମିତିକି ଦିନରେ ମାତ୍ର ଓଳିଏ ଖାଇ ଟଙ୍କା ସଞ୍ଚୟ କରି ଦେଶର ବିଭିନ୍ନ କୋଣ ଅନୁକୋଣରୁ ଫଟୋ ସଂଗ୍ରହ କରୁଛନ୍ତି । ଜଣେ ନିଚ୍ଛକ ଦେଶପ୍ରେମୀ ଭାବେ ଆଜି ତାଙ୍କୁ ସଭିଏଁ ଜାଣନ୍ତି । ଦେଶର ଇତିହାସକୁ କେହି ଭୁଲି ନଯାଆନ୍ତୁ ଏବଂ ସବୁବେଳେ ଲୋକଙ୍କ ମନରେ ଏହା ବସାବାନ୍ଧି ରହୁ ବୋଲି ସେ ଆଶା ରଖିଛନ୍ତି ।

ପାଇକ ବିଦ୍ରୋହ ହେଉକି ବ୍ରିଟିଶ କବଳରେ ଥିବା ମହାତ୍ମା ଗାନ୍ଧୀଙ୍କ ଫଟୋ । ସବୁ ପ୍ରକାରର ଫଟୋ ତାଙ୍କ ପାଖରେ ସାଇତା ହୋଇ ରହିଛି। ଉଦ୍ଦେଶ୍ୟ କେବଳ ଇତିହାସକୁ ଜୀବିତ ରଖିବା । ଆଉ ଏଥିପାଇଁ ନିରନ୍ତର ପ୍ରୟାସ କରି ଚାଲିଛନ୍ତି । ଇତିହାସ ସମ୍ପର୍କରେ ଦେଶର ଭବିଷ୍ୟତ ପିଢିଙ୍କୁ ବୁଝାଇବା ପାଇଁ ଏକାକୀ ଭାବେ ସବୁ ଫଟୋକୁ ସାଇକେଲରେ ନେଇ ସ୍କୁଲ କଲେଜ ଯାଇ ଫଟୋ ପ୍ରଦର୍ଶନ କରିବା ସହ ସେ ସମ୍ପର୍କରେ ବୁଝାଇଥାନ୍ତି । ବର୍ତ୍ତମାନ ସୁଦ୍ଧା 92ଟି କଲେଜ ଓ ଶତାଧିକ ସ୍କୁଲରେ ପ୍ରଦର୍ଶନ କରି ସାରିଲେଣି । ସବୁଠୁ ବଡ଼କଥା ହେଲା ଏଥିପାଇଁ ସେ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତି ନାହିଁ । ବର୍ତ୍ତମାନ ଇଞ୍ଚୁଡ଼ି ସ୍ମୃତି ସ୍ତମ୍ଭ ପାଖରେ ତିଆରି ହୋଇଥିବା ଲବଣ ସତ୍ୟାଗ୍ରହ ସ୍ମୃତି ସଦନର କାନ୍ଥରେ ଫଟୋ ଗୁଡ଼ିକୁ ସୁସଜ୍ଜିତ କରି ଟାଙ୍ଗିଛନ୍ତି । ଯେ କେହିବି ଏଠାକୁ ଆସିଲେ ଇତିହାସ ସମ୍ପର୍କରେ ଜାଣି ପାରିବ ।

ଜୀବନ ତମାମ ଇତିହାସ ବଞ୍ଚେଇ ରଖିବା ପାଇଁ ପ୍ରୟାସ କରୁଥିବା ସର୍ବେଶ୍ବର ଦାସ କହିଛନ୍ତି, "ଆଜିର ଡିଜିଟାଲ ଯୁଗରେ ପିଲାମାନେ ଯେଉଁଭଳି ଭାବରେ ସୋସିଆଲ ମିଡ଼ିଆର ପ୍ରେମରେ ବାନ୍ଧି ହୋଇଗଲେଣି, ସେମାନଙ୍କୁ ଇତିହାସ ଓ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଅବଗତ କରାଇବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ଶେଷ ନିଶ୍ବାସ ତ୍ୟାଗ ପର୍ଯ୍ୟନ୍ତ ନିଜ କାର୍ଯ୍ୟରୁ ହଟିବି ନାହିଁ । ’’ବାସ୍ତବରେ ଦେଶପ୍ରତି ଭଲପାଇବା ଏବଂ ଇତିହାସକୁ ବଞ୍ଚାଇ ରଖିବାର ତାଙ୍କର ଏହି ପ୍ରୟାସ ଆଗାମୀ ପିଢି ପାଇଁ ଉଦାହରଣ ନିଶ୍ଚୟ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.