ବାଲେଶ୍ୱର: ଜିଲ୍ଲାରେ ଥିବା ବିଭିନ୍ନ ପାଥୋଲ୍ୟାଵ ଗୁଡିକର ସ୍ଥିତି ଯାଞ୍ଚ କରିଛି ଜିଲ୍ଲା ପ୍ରଶାସନ । 4 ଜଣିଆ ଟିମ ଗଠନ କରାଯାଇ ଗୁରୁବାର ସହରର ବିଭିନ୍ନ ପାଥୋଲ୍ୟାଵ ଯାଞ୍ଚ କରାଯାଇଛି ।
4 ଜଣିଆ ଗଠିତ ଏହି ଟିମ୍ରେ ମେଡିକାଲ ପ୍ରଶାସନ, ଅଗ୍ନିଶମ ବିଭାଗ, ପୋଲିସ ଓ ଜିଲ୍ଲା ପ୍ରଶାସନ ରହିଥିଲା । ଯାଞ୍ଚ ବେଳେ ପାଥୋଲ୍ୟାଵ ପାଇଁ ଥିବା ନିୟମ ଗୁଡିକ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯାଉଥିବା ବେଳେ 18ଟି ନିୟମକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି । ପାଥୋଲ୍ୟାଵରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଚୁକ୍ତିନାମା, ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ସେବା ଯୋଗାଇବା ଭଳି ବିଭିନ୍ନ ଦିଗ ଉପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।
ତେବେ ଯାଞ୍ଚ ରିପୋର୍ଟ ଫକୀର ମୋହନ ମେଡିକାଲ ସିଡ଼ିଏମଓଙ୍କୁ ହସ୍ତାନ୍ତର ପରେ ଯେଉଁମାନେ ନିୟମ ଖିଲାପ କରିଛନ୍ତି ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମସ୍ତ ନିୟମ ପାଳନ କରିବା ପାଇଁ ନୋଟିସ ଜାରି କରାଯିବ । ଆଗାମୀ ଦିନରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ପାଥୋଲ୍ୟାଵରେ ଏହିଭଳି ଭାବେ ଯାଞ୍ଚ ଜାରି ରହିବ ବୋଲି ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ