ETV Bharat / state

Panchayat Election Result: କାମ ଦେଲାନି ବିଧାୟକଙ୍କ କ୍ଷମତା ବଳ, ହାରିଗଲେ ପୁଅ-ଭାଇ

author img

By

Published : Mar 1, 2022, 9:15 AM IST

ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ଟାଣୁଆ ନେତାଙ୍କ କରିସ୍ମା ଦେଖିବାକୁ ମିଳିନାହିଁ। ବାଲେଶ୍ବର ଜିଲ୍ଲାର ଭୋଗରାଇ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ପୁଅ ବିଶ୍ବଜିତ ଦାସ ନିର୍ବାଚନରେ ପରାଜିତ ହୋଇଛନ୍ତି। ଅଧିକ ପଢ଼ନ୍ତୁ

panchayat election result in balasore
Panchayat Election Result: ଟାଣୁଆ ନେତାଙ୍କ ପୁଅ ଓ ଭାଇଙ୍କ ପରାଜୟ

ବାଲେଶ୍ଵର: ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ଟାଣୁଆ ନେତାଙ୍କର କରିସ୍ମା ଦେଖିବାକୁ ମିଳିନାହିଁ। ବାଲେଶ୍ବର ଜିଲ୍ଲାର ଭୋଗରାଇ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ପୁଅ ବିଶ୍ବଜିତ ଦାସ ନିର୍ବାଚନରେ ପରାଜିତ ହୋଇଛନ୍ତି।

ଅନନ୍ତ ଦାସ ବହୁବାର ବିଧାୟକ ଭାବେ ଗଡ଼ ଜିତିଥିବାବେଳେ ତାଙ୍କ ପୁଅଙ୍କ କ୍ଷେତ୍ରରେ ସେହି ସଫଳତା ଦେଖାଯାଇନାହିଁ। ବିଶ୍ବଜିତ ଦାସସିଆଁରୋଇ ପଞ୍ଚାୟତରେ ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ଲଢ଼ୁଥିଲେ। ହେଲେ ତାଙ୍କ ନିକଟକତମ ପ୍ରତିଦ୍ବନ୍ଦୀ ଆଶିଷ ମହାନ୍ତିଙ୍କ ଠାରୁ ୮୮ଖଣ୍ଡ ଭୋଟରେ ହାରିଛନ୍ତି।

ଅନ୍ୟପଟେ ବିଧାୟକଙ୍କ ସମ୍ପର୍କୀୟ ଭାଇ ଅଚ୍ୟୁତ ଦାସ ମହେଶ୍ବରପୁର ପଞ୍ଚାୟତରେ ସମିତିସଭ୍ୟ ଭାବେ ଲଢ଼ୁଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମନୋରଞ୍ଜନ ଦାସଙ୍କ ଠାରୁ 281 ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି। ଅନନ୍ତ ଦାସଙ୍କ ଭଳି ଜଣେ ଟାଣୁଆ ନେତାଙ୍କ ଏଭଳି ପ୍ରଦର୍ଶନ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.