ETV Bharat / state

ମେଡିକାଲ ପରିସରରେ ଫଳକ ଭଙ୍ଗା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲା ଓମସା - case of name plate broke in the medical field

ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ମେଡିକାଲ ପରିସରରେ ଲଗାଯାଇଥିବା ଫଳକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ନାମ ନଥିବା ଅଭିଯୋଗରେ ତାଙ୍କ ସମର୍ଥକମାନେ ଫଳକ ଭଙ୍ଗିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମେଡିକାଲ ପରିସରରେ ଫଳକ ଭଙ୍ଗା ଘଟଣା
ମେଡିକାଲ ପରିସରରେ ଫଳକ ଭଙ୍ଗା ଘଟଣା
author img

By

Published : Apr 11, 2021, 12:42 PM IST

Updated : Apr 11, 2021, 12:54 PM IST

ବାଲେଶ୍ବର: ମେଡିକାଲ ପରିସରରେ ଫଳକ ଭାଙ୍ଗିବା ଘଟଣା । ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ମେଡିକାଲ ପରିସରରେ କ୍ୟାବିନ ଗୃହର ଉଦଘାଟନ ବେଳେ ଲଗାଯାଇଥିବା ଫଳକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ନାମ ନଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ସମର୍ଥକମାନେ ଫଳକ ଭାଙ୍ଗିବା ସହ ନୀଳଗିରି ଏସଡିଏମଓଙ୍କୁ ଘେରାଉ କରି ନାନା ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।

ମେଡିକାଲ ପରିସରରେ ଫଳକ ଭଙ୍ଗା ଘଟଣା

ଯାହାକୁ ନେଇ ଓମସା ବାଲେଶ୍ବର ଶାଖା ପକ୍ଷରୁ ନିନ୍ଦା କରାଯାଇଛି। ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା କ୍ୟାବିନ ଗୃହରେ ଉଦଘାଟନୀ ଉତ୍ସବରେ ଲାଗିଥିବା ଫଳକରେ କାହା ନାମ ରହିବ କିମ୍ବା ନ ରହିବ ନେଇ କୌଣସି ସରକାରୀ ଡାକ୍ତର ଭୂମିକା ନଥିବାବେଳେ ଏତାଦୃଶ କାର୍ଯ୍ୟ ବିରୋଧରେ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିବେ ବୋଲି ସୂଚନା ଦିଆଯାଇଛି।

ଏହାସହ ଉଦଘାଟନୀ ଉତ୍ସବ ପୂର୍ବଦିନ ନୀଳଗିରି ମେଡିକାଲ ଏସଡିଏମଓ ଡା. ଅଜୟକୃଷ୍ଣ ସାମଲଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ପିଏ ଧମକ ଦେଇଥିବା ଅଭିଯୋଗ ହୋଇଛି। ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଗାଳି ଗୁଲଜ କରିବା ଅଭିଯୋଗରେ ଶୁଭ୍ରାଂଶୁ ଶେଖର ନନ୍ଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଥିବାବେଳେ ଏସ.ଡି.ଏମ.ଓଙ୍କ ପ୍ରକୋଷ୍ଠ ଭିତରକୁ ଧସେଇ ପଶି ଦୁର୍ବ୍ୟବହାର କରିଥିବା ଅନ୍ୟମାନଙ୍କୁ ସିସିଟିଭି ଫୁଟେଜ ଆଧାରରେ ଗିରଫ କରାଯାଉ ବୋଲି ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 11, 2021, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.