ETV Bharat / state

ବିବାଦକୁ ନେଇ ବୃଦ୍ଧଙ୍କୁ ହତ୍ୟା ସନ୍ଦେହ

ବାଲେଶ୍ବର ଜିଲ୍ଲା ସୋର ଥାନା ନିକଟରେ ଜଣେ ବୃଦ୍ଧଙ୍କ ମୃତଦେହ ପୋଖରୀରୁ ମିଳିଛି । ତେବେ ପୂର୍ବ ବିବାଦ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Nov 26, 2020, 5:12 PM IST

Oldman killed for controversy with neighbour in Balasore
ବିବାଦକୁ ନେଇ ବୃଦ୍ଧଙ୍କୁ ହତ୍ୟା ସନ୍ଦେହ

ବାଲେଶ୍ବର: ଜିଲ୍ଲାର ସୋର ଥାନା ଅଧିନସ୍ଥ କେଶରୀପୁର ଅଞ୍ଚଳର ଏକ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି । ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ଦେଇଛି ।

ମିଳିଥିବା ସୂଚନା ମୁତାବକ, ସୋର ଥାନା ଅଧିନରେ ଥିବା କେଶରୀପୁର ଅଞ୍ଚଳର ମହେଶ୍ବର ମଲିକଙ୍କ ସହ ତାଙ୍କ ପଡୋଶୀର ସାନ ଭାଇର କୌଣସି କାରଣରୁ ଝଗଡା ହୋଇଥିଲା । ତେବେ ଆଜି(ଗୁରୁବାର) ସକାଳେ ମହେଶ୍ବରଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିବାଦକୁ ନେଇ ବୃଦ୍ଧଙ୍କୁ ହତ୍ୟା ସନ୍ଦେହ

ଅନ୍ୟପଟେ ମହେଶ୍ବରଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ମୃତକଙ୍କ ପଡୋଶୀ ଗଗନ ମଲ୍ଲିକ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.