ETV Bharat / state

Odisha Train Tragedy: ରକ୍ତଦାନ ପାଇଁ ରାତିସାରା ଲମ୍ବା ଲାଇନ, 500 ୟୁନିଟ ରକ୍ତ ସଂଗ୍ରହ, ପ୍ରଶଂସା କଲେ ମୁଖ୍ୟ ଶାସନ ସଚିବ

ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ରକ୍ତଦାନ ପାଇଁ ରାତିସାରା ହସ୍ପିଟାଲରେ ଲମ୍ବା ଲାଇନ । ପ୍ରଶଂସା କଲେ ମୁଖ୍ୟ ଶାସନ ସଚିବ ।

author img

By

Published : Jun 3, 2023, 10:27 AM IST

Odisha Train Tragedy
Odisha Train Tragedy
People Queue Up To Donate Blood in Balasore

ବାଲେଶ୍ବର: ବାହାନାଗା ଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢିଚାଲିଛି । ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରକ୍ତର ଆବଶ୍ୟକତା ପଡୁଛି । ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ ଆହତମାନଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇବା ପାଇଁ ଧାଇଁ ଆସିଛନ୍ତି ଶହ ଶହ ରକ୍ତଦାତା । ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ବାଲେଶ୍ବର ହସ୍ପିଟାଲରେ ପହଞ୍ଚିଛନ୍ତି । ଗତକାଲି ରାତି ତମାମ ସେମାନେ ହସ୍ପିଟାଲରେ ରହିଛି ରକ୍ତଦାନ କରିଛନ୍ତି । ଗତକାଲି ରାତିରେ ୫୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ପାରିଛି । ବର୍ତ୍ତମାନ ହସ୍ପିଟାଲରେ ୯୦୦ ୟୁନିଟ ରକ୍ତ ମଜବୁତ ଥିବା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଏବଂ ସମସ୍ତ ରକ୍ତଦାତାଙ୍କୁ ପ୍ରଶଂସାକୁ କରିଛନ୍ତି । ଯାହାକି ଆହତଙ୍କ ଚିକିତ୍ସାରେ ବେଶ୍ ସହାୟକ ହେଉଛି । ଏତେମାତ୍ରାରେ ଲୋକେ ରକ୍ତଦାନ ପାଇଁ ଆଗେଇ ଆସିବା ସମାଜରେ ଏବେ ବି ମାନବିକତା ମରିଯାଇନି ବୋଲି ପ୍ରମାଣିତ କରିଦେଇଛି ।

ସେ ପୁଣି କହିଛନ୍ତି, ଅନେକ ସ୍ଥାନରେ ରକ୍ତ ଦାନ ଶିବିର କରିବା ପାଇଁ ଲୋକମାନେ ସ୍ବେଚ୍ଛାକୃତ ଭାବେ ଅନୁରୋଧ କରୁଛନ୍ତି । ଦୁର୍ଘଟଣା ପରେ ଲୋକମାନେ ଆପଣାଛାଏ ଆସି ସହାୟତା ପ୍ରଦାନ କରୁଛନ୍ତି । ଏହା ମାନବିକତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ଟ୍ରେନର ବଗି ତଳେ ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି । ସମସ୍ତ ବଗି ବାହାରିବା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ । ତେବେ ଏବେସୁଦ୍ଧା ଯାହା ଖବର ଆସିଛି, ଦୁର୍ଘଟଣାରେ ୨୩୮ ଜଣଙ୍କ ଜୀବନ ଯାଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ବାହାନାଗା ରେଳ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ଘଟିଲା ଏତେ ବଡ ଦୁର୍ଘଟଣା ? ଏଥିପାଇଁ ଦାୟୀ କିଏ ତାହାର ତଦନ୍ତ କରାଯିବ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସକାଳୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରୁ ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତଙ୍କୁ ଭେଟିଛନ୍ତି ଓ ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.