ବାଲେଶ୍ବର: ମହାମାରୀ କୋରୋନା ସମୟରେ ପୂରା ଦେଶ ଏକାଠି ହୋଇ କୋରୋନାର ମୁକାବିଲା କରୁଛି । ଏଭଳି ଘଡିସନ୍ଧି ମୂହର୍ତ୍ତରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତରେ ମନ୍ତ୍ରୀ ପହଞ୍ଚି ପାଖାପାଖି 3ଶହ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହାସହ ନିଜେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତର ଅସହାୟମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଥିବା ଜଣାପଡିଛି।
ମନ୍ତ୍ରୀଙ୍କ ସମେତ ପଞ୍ଚାୟତର ସରପଞ୍ଚ ସୁଭଦ୍ରା ସେଠୀ, ଯୁବନେତା ଗୌତମ ରାଉତ, ପ୍ରହଲ୍ଲାଦ ଧର ପ୍ରମୁଖ ସାମିଲ ହୋଇ ଏମିତି କାର୍ଯ୍ୟ ପଞ୍ଚାୟତରେ ଆଗକୁ ଜାରି ରଖିବେ ବୋଲି କହିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ