ବାଲେଶ୍ଵର: ବାଲେଶ୍ଵର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଥ ବିକ୍ରେତା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଥ ବିକ୍ରେତାଙ୍କ ପେଟକୁ ଲାତ ମରାଯାଉଥିବା ଅଭିଯୋଗରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସହରର ବିକାଶ ନାଁରେ ରାସ୍ତା କଡ଼ରେ ଥିବା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇ ସେମାନଙ୍କର ଏକମାତ୍ର ରୋଜଗାର ପନ୍ଥା ଛଡାଇ ନେଇଥିବା ଅଭିଯୋଗ ହୋଇଛି ।
ଏହାସହ ଷ୍ଟ୍ରିଟ ଭେଣ୍ଡର ସଂରକ୍ଷଣ ଜୀବିକା ନିର୍ବାହ ଓ ନିୟମାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଛି । ଟ୍ୟାକ୍ସ ଇଭିଏନ୍ସକୁ ରୋକିବା ପାଇଁ ଦେଶରେ ଇ-ବାଣିଜ୍ୟକୁ ନିୟନ୍ତ୍ରିତ କରାଯିବା ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ରୀୟ ଅର୍ଥନୀତିର ସ୍ବାର୍ଥରେ ଇ-ବାଣିଜ୍ୟରେ ଏଫଡିଆଇକୁ ବନ୍ଦ କରିବା ଭଳି ଦାବି କରାଯାଇଥିଲା ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ