ETV Bharat / state

ବାଲେଶ୍ଵରରେ କାୟକଳ୍ପ ଟିମ, ଆଶାରେ ୧୨ଟି ସ୍ୱାସ୍ଥ୍ୟକେନ୍ଦ୍ର - ବାଲେଶ୍ୱର ଜିଲ୍ଲାରରେ କାୟାକଳ୍ପ ଟିମ

ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପରିବେଶ ଓ ପରିଛନ୍ନତା ଉପରେ ଗୁରୁତ୍ବ ଦେଇ ତାହାର ତଦାରଖ କରିବା ପାଇଁ ଆଜି ୩ ଜଣିଆ କାୟାକଳ୍ପ ଟିମ ବାଲେଶ୍ବରର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ବାଲେଶ୍ଵର ବୁଲି ଫେରିଲା କାୟକଳ୍ପ ଟିମ, ଆଶାରେ ୧୨ଟି ସ୍ୱାସ୍ଥ୍ୟକେନ୍ଦ୍ର

author img

By

Published : Mar 14, 2022, 2:48 PM IST

ବାଲେଶ୍ୱର: ୩ଜଣିଆ କାୟାକଳ୍ପ ଟିମଙ୍କ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ । ତେବେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପରିବେଶ ଓ ପରିଛନ୍ନତା ଉପରେ ନଜର ଦିଆଯାଉଛି କି ନାହିଁ ତାହା ତଦାରଖ କରିବା ପାଇଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ତନ୍ନତନ୍ନ କରି ଦେଖିଛନ୍ତି ୩ ଜଣିଆ କାୟାକଳ୍ପ ଟିମ । ସୂଚନା ଅନୁସାରେ, ଗତ ୨ ତାରିଖ ଦିନ ତିନି ଜଣିଆ କାୟାକଳ୍ପ ଟିମ୍ ବାଲେଶ୍ଵରରେ ପହଞ୍ଚିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ବୁଲି ଦେଖିବା ସହ ସେଠାକାର ପରିବେଶ ପ୍ରତି ଦୃଷ୍ଟି ଦେଇଥିଲେ । ଏଥର ୧୨ଟି ଜନସ୍ବାସ୍ଥ୍ୟ କେନ୍ଦ୍ରର ୭୦ ନମ୍ବର ଉପରେ ନମ୍ବର ଥିବାରୁ ସେମାନଙ୍କୁ ଏକ୍ସଟର୍ଣ୍ଣାଲ ଆସେସମେଣ୍ଟ ଆସିଥିଲା । ସେମାନଙ୍କ ମାର୍କ ଆସେସମେଣ୍ଟ ପରେ ଜଣାପଡିବ ଯେ କେଉଁ ଜନସ୍ବାସ୍ଥ୍ୟ ଅନୁଷ୍ଠାନ ଏଥିରେ ପାସ୍ ହେଉଛନ୍ତି । ତେବେ ଏହି ତିନି ଜଣିଆ ଟିମ୍ ସ୍ବାସ୍ଥ୍ୟ କେନ୍ଦ୍ର ବୁଲିବା ସହ ସଫେଇ କର୍ମଚାରୀ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଟିମରେ ଟିବି ଜେଡି ଡା.ଅର୍ଘ୍ୟ ପ୍ରଧାନ, ଏନଏଚଏମ(NHM) କନସଲଣ୍ଟାଣ୍ଟ ସନ୍ତୋଷ ନାୟକ ଏବଂ ୟୁନିସେଫ୍ ପିଓ ଦୀପକ ବିଶ୍ବାଳ ରହିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.