ETV Bharat / state

ଅବ୍ୟବସ୍ଥା ଭିତରେ ସୋର ରେଳଷ୍ଟେସନ, ହନ୍ତସନ୍ତ ଯାତ୍ରୀ - balasore district news

ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି ସୋର ରେଳ ଷ୍ଟେସନର ଅବସ୍ଥା । ଅଧିକ ପଢନ୍ତୁ...

ଅବ୍ୟବସ୍ଥା ଭିତରେ ସୋର ରେଳ ଷ୍ଟେସନ, ଅସନ୍ତୋଷ ଯାତ୍ରୀ

author img

By

Published : Feb 25, 2021, 6:05 PM IST

ବାଲେଶ୍ଵର: ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନି ସୋର ରେଳ ଷ୍ଟେସନର ଅବସ୍ଥା । ସୋର ରେଳ ଷ୍ଟେସନରେ ବିଭିନ୍ନ ଅବ୍ୟବସ୍ଥା ଥିବା ଦେଖିବାକୁ ମିଳିଛି। ବହୁବାର ଏନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି ।

ଅବ୍ୟବସ୍ଥା ଭିତରେ ସୋର ରେଳ ଷ୍ଟେସନ, ହନ୍ତସନ୍ତ ଯାତ୍ରୀ

ଏହି ରେଳ ଷ୍ଟେସନ ଉପରେ 8ଟି ବ୍ଲକର ଲୋକମାନେ ନିର୍ଭର କରିଥାନ୍ତି। ଷ୍ଟେସନ ଦେଇ ଅତିକ୍ରମ କରୁଥିବା କୋଇଲା ଗାଡିରୁ କୋଇଲା ଗୁଣ୍ଡ ଉଡି ଷ୍ଟେସନ ପରିସର କଳା ହୋଇଯାଉଛି। କୋଇଲା ଗୁଣ୍ଡରେ ଯାତ୍ରୀମାନେ ଅଣନିସ୍ବାସୀ ହୋଇଯାଉଥିବା ବେଳେ ବସିବା ସ୍ଥାନ ଗୁଡିକ ମଧ୍ୟ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳୁଛି ।

ପିଇବା ପାଣି ଭଳି ମୌଳିକ ସୁବିଧା ମଧ୍ୟ ମିଳୁନଥିବା ଦେଖିବାକୁ ମିଳିଛି । ଷ୍ଟେସନରେ ଥିବା ନଳକୂପରୁ ପାଣି ବାହାରୁ ନଥିବାବେଳେ ଟ୍ରେନ ଛିଡା ହେଲେ ବଗି ଇଣ୍ଡିକେଟର ବ୍ୟବସ୍ଥା ମଧ୍ୟ ନାହିଁ। ଏହାସହ ଟ୍ରେନ ଆଲାରାମ ମଧ୍ୟ ଅଚଳ ହୋଇଥିବା ଜଣାପଡିଛି। ଷ୍ଟେସନର ସମସ୍ୟାକୁ ଦୃଷ୍ଟିରେ ରଖି ଏହାର ସମାଧାନ ଓ ଉନ୍ନତିକରଣ ଦିଗରେ ଦୃଷ୍ଟି ଦେବା ପାଇଁ ବାରମ୍ବାର ଦାବି ହୋଇ ଆସିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.