ବାଲେଶ୍ବର: କୋରୋନାରୁ ସୁସ୍ଥ ହୋଇ ଫେରିଲେ ନୀଳଗିରି ବିଧାୟକ । ବାଲେଶ୍ବର ଜିଲ୍ଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂଚନାଥାଉକି ଗତ 4 ତାରିଖରେ ନୀଳିଗିରି ବିଧାୟକ ସୁକାନ୍ତ ସ୍ବାବ ନମୁନା ଦେଇଥିବା ବେଳେ 6 ତାରିଖରେ ତାଙ୍କର କୋରୋନା ପଜିଟିଭ ବାହାରିଥିଲା । ସେବେଠାରୁ ବିଧାୟକ ବାଲେଶ୍ଵର କୋଭିଡ ହସ୍ପିଟାଲରେ ଚିକିତ୍ସିତ ଥିଲେ ।
ବୁଧବାର ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଘରକୁ ଫେରିବା ପରେ ବିଧାୟକ ନିଜ ଘରେ କ୍ବାରେଣ୍ଟାଇନରେ ରହିବେ । ତାଙ୍କ ସଂସ୍ପର୍ଶରେ ଆସିଥିବା ରେମୁଣା ବିଧାୟକ ମଙ୍ଗଳବାର କୋରୋନା ଆକ୍ରାନ୍ତ ହୋଇ ଏବେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭ ଭାରତ