ବାଲେଶ୍ଵର: ଜିଲ୍ଲାର ସିଂଲା ଥାନା ଅଧିନ ବଳଙ୍ଗ ଗାଁରେ ଅଭାବନୀୟ ଘଟଣା। ବଳଙ୍ଗ ଗାଁରେ ପ୍ରବାହିତ ହୋଇଥିବା କୋଷ୍ଟ କେନାଲରେ ଏକ ପେଟିରେ ଜଣେ ନବଜାତ ଶିଶୁକୁ କେହି ଭସାଇ ଦେଇଥିବାର ଦେଖିବାକୁ ମିଳିଛି । ଲୋକେ ଶିଶୁଟିକୁ ଉଦ୍ଧାର କରିବା ପୂର୍ବରୁ ପବନ ଦ୍ବାରା ପେଟି ଟି ପୁଣି ଭାସିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ତେବେ ପେଟି ଭିତରେ ଥିବା ନବଜାତକ ଶିଶୁ ସମ୍ପର୍କରେ କିଛି ବି ଜଣାପଡି ନାହିଁ । ଶିଶୁଟି ପୁଅ କି ଝିଅ ଏବଂ ସେ ମୃତ ନା ଜୀବିତ ତାହା କିଛି ସ୍ପଷ୍ଟ ହୋଇ ନାହିଁ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ