ETV Bharat / state

ଅମର ଏ ପ୍ରେମ କାହାଣୀ; ପ୍ରେମର ନୂଆ ପରିଭାଷା, ପଡ଼ିଲା ଦୁଇ ଦିବ୍ୟାଙ୍ଗଙ୍କ ହାତଗଣ୍ଠି

ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିଛି ଦୁଇ ଦୁଇଟି ନିଆରା ବିବାହ । ପ୍ରେମର ଜ୍ବଳନ୍ତ ନିଦର୍ଶନ ସାଜିଛନ୍ତି ଏହି ନବ ବିବାହିତ ଦମ୍ପତି । ଅଧିକ ପଢନ୍ତୁ

author img

By

Published : May 23, 2023, 3:15 PM IST

Updated : May 23, 2023, 3:50 PM IST

ଅମର ଏ ପ୍ରେମ କାହାଣୀ
ଦିବ୍ୟାଙ୍ଗଙ୍କ ନିଆରା ବିବାହ
ଅମର ଏ ପ୍ରେମ କାହାଣୀ

ବାଲେଶ୍ବର: କୁହାଯାଏ ପ୍ରେମ ଅନନ୍ୟ ତଥା ଚିରନ୍ତନ । ଆଜିକାଲିର ଦୁନିଆରେ ସତେ ଯେମିତି ପ୍ରେମର ପରିଭାଷା ବଦଳି ଯାଇଛି । ହେଲେ ସମାଜରେ ଏମିତି କିଛି ଉଦାହରଣ ଦେଖିବାକୁ ମିଳିଛି, ଯାହା ଦେଖିବା ପରେ ପ୍ରେମକୁ ପରିପ୍ରକାଶ କରିବାକୁ କୌଣସି ପରିଭାଷାର ଯେ ଆବଶ୍ୟକତା ନଥାଏ ତାହା ସଷ୍ଟ ବାରି ହୋଇପଡୁଛି । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନିଆରା ଯୋଡ଼ି। ସେମାନେ ପ୍ରେମର ପରିଭାଷା ମୁହଁରେ ସିନା କହିପାରୁନଥିଲେ ପରସ୍ପର ବୁଝିପାରୁଛନ୍ତି ହୃଦୟର ଭାଷା । ତେବେ ଆସନ୍ତୁ ଜାଣିବା ଏହି ନିଆରା ପ୍ରେମ କାହାଣୀ ବିଷୟରେ ।

ସୋସିଆଲ ମିଡିଆରେ ପରସ୍ପର ସହ କଥାବାର୍ତ୍ତା ହେବା ପରେ ଉଭୟ ଜାଣିବାକୁ ପାଇଥିଲେ ଯେ ସେମାନେ କଥା କହିପାରନ୍ତି ନାହିଁ । ଏହାରି ଭିତରେ ଉଭୟଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହିଁଙ୍କ ପ୍ରେମ ଆରମ୍ଭ ହେଇଥିଲା ଫେସବୁକରୁ। ତା ପରେ ଦେଖା ହୁଏ ଆଇଟିଆଇ କଲେଜରେ। ୫ ବର୍ଷ ପୂର୍ବରୁ ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉଭୟ ଜୀବନ ସାଥି ହେବାର ନିଷ୍ପତ୍ତି ନେଇଥିଲେ। କେହି କାହାକୁ ପାଖରେ ଦେଖି ନଥିଲେ ମଧ୍ୟ କେବଳ ସୋସିଆଲ ମିଡିଆରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା। ତେବେ ବିବାହକୁ ନେଇ ଉଭୟ ବେଶ ଖୁସି ଥିବାବେଳେ ପରିବାରଲୋକେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ବାଲେଶ୍ଵର ଜିଲ୍ଲା ବାଲିଆପାଳ ବିଷ୍ଣୁପୁର ଗାଁର ବାବୁଲି ଖଣ୍ଡା ଓ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର କିରଣବାଳା ନାୟକଙ୍କ ମଧ୍ୟରେ ହୋଇଛି ଏମିତି ଏକ ନିଆରା ପ୍ରେମ ବିବାହ ।

ବାଲେଶ୍ବରର ସୋର ଅଞ୍ଚଳରେ ମଧ୍ୟ କିଛି ଦିନ ପୂର୍ବରୁ ଏହିପରି ଏକ ବିବାହ ଦେଖିବାକୁ ମିଳିଥିଲା । ନୟାଗଡ ଜିଲ୍ଲାରୁ ବରଯାତ୍ରୀଙ୍କୁ ଧରି ବାଣ ରୋଷଣୀରେ ବର ବେଶ ସାଜି ଆସିଥିଲେ ସୌମ୍ୟରଞ୍ଜନ । ସୋର ଅଞ୍ଚଳରେ ଲଷ୍ମଣକୁମାର ପଣ୍ଡାଙ୍କ କନ୍ୟା ଶୁଭଶ୍ରୀଙ୍କ ସହ ସୌମ୍ୟଙ୍କ ବିବାହ ବେଶ ଧୁମଧାମରେ ହୋଇଥିଲା । ତେବେ ଉଭୟ ଶୁଭଶ୍ରୀ ଏବଂ ସୋମ୍ୟରଞ୍ଜନ ମଧ୍ୟ ବାକ୍ ବାଧିତ ହୋଇଥିବାବେଳେ ଠାରରେ ଠାରରେ ସେମାନେ ମନର ପରିଭାଷା ବୁଝିପାରନ୍ତି । ଭୁବନେଶ୍ବର ସ୍ଥିତ କଲେଜରେ ପାଠ ପଢୁଥିବାବେଳେ ସେହିଠାରେ ଉଭୟଙ୍କ ଭିତରେ ଗଢି ଉଠିଥିଲା ଏହି ନିଆରା ପ୍ରେମ ସମ୍ପର୍କ। ପରବର୍ତ୍ତୀ ସମୟରେ ଶୁଭଶ୍ରୀ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ସୌମ୍ୟ ବ୍ୟାଙ୍ଗଲୋରରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେବେ କଲେଜ କର୍ତ୍ତୃପକ୍ଷଙ୍କ ସହଯୋଗରେ ସୌମ୍ୟଙ୍କ ପରିବାର ଏବଂ ଶୁଭଶ୍ରୀଙ୍କ ପରିବାର ମଧ୍ୟରେ ବିବାହ ପ୍ରସ୍ତାବ ଦିଆଯିବା ପରେ ପରିବାରର ସହମତି କ୍ରମେ ବୈଦିକ ରୀତି ନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା। ବାକ୍ ବାଧିତ ହୋଇଥିଲେ ସୁଧା ପ୍ରେମକୁ ବୁଝିବାକୁ ଯେକୌଣସି ପରିଭାଷାର ଆବଶ୍ୟକତା ପଡେନାହିଁ ତାହା ପ୍ରେମର ଜ୍ବଳନ୍ତ ନିଦର୍ଶନ ପୂର୍ବକ ପ୍ରମାଣିତ କରିଦେଇଛନ୍ତି ଏହି ଦୁଇ ନବ ବିବାହିତ ଦମ୍ପତି ।

ଇଟିଭି ଭାରତ, ବାଲେଶ୍ବର

Last Updated : May 23, 2023, 3:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.