ବାଲେଶ୍ବର: ଫକିର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ (MP Pratap Sarangi) ଭର୍ତ୍ତି ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ (MP Pratap Sarangi) । ଅସୁସ୍ଥତା ଅନୁଭବ କରିବାରୁ ସାଂସଦଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଶେଷ ଖବର ସୁଦ୍ଧା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆଇସିୟୁ (ଇଣ୍ଚେନସିଭ କେୟାର ୟୁନିଟ) ରେ ଭର୍ତ୍ତି କରାଯାଇଛି ।
ଏହାବି ପଢନ୍ତୁ- କଳିଙ୍ଗନଗର ଗୁଳିକାଣ୍ଡକୁ 17 ବର୍ଷ, ମୃତକଙ୍କୁ ଝୁରୁଛନ୍ତି ସମ୍ପର୍କୀୟ
ସାଂସଦ ଗତ 29 ତାରିଖ ଦିନ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ରେଳମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରେ ସେହିଦିନ ପୁରୀ-ଜଳେଶ୍ୱର MEMU ଟ୍ରେନରେ ବାଲେଶ୍ୱର ଯାଇଥିଲେ । ସେହିଦିନ ସାଂସଦଙ୍କୁ ସାମାନ୍ୟ ଜ୍ଜର ହୋଇଥିଲା । ପରେ ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଫକିର ମୋହନ ମେଡିକାଲ କଲେଜରେ ସାଂସଦଙ୍କୁ ଭର୍ତ୍ତି କରାଯାଇଛି ।
ଇଟିଭି ଭାରତ, ବାଲେଶ୍ୱର