ETV Bharat / state

ପରିଣତ ବୟସରେ ନିର୍ଯାତନା ଦେଲା ପୁଅ, ଥାନାରେ ପହଞ୍ଚିଲେ ମାଆ - ବାଲେଶ୍ବରରେ ମାଆକୁ ନିର୍ଯ୍ୟାତନା ଅଭିଯୋଗ

ମାଆର ପଣତକାନି ଛୁଆ ପାଇଁ ସ୍ବର୍ଗ ଠାରୁ ଅଧିକ ହୋଇଥାଏ । ତେବେ ସେହି ପିଲା ପୁଣି ବଡ ହୋଇ ମାଆକୁ ଅନାଦର କରିବା ସହ ମାଡ଼ ମାରିବା ଭଳି ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ନାମ୍ପୋ ଫାଣ୍ଡି ଦେବାକୁମାର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଅଧିକ ପଢନ୍ତୁ

ପରିଣତ ବୟସରେ ନିର୍ଯାତନା ଦେଲା ପୁଅ, ଥାନାରେ ପହଞ୍ଚିଲେ ମାଆ
ମାଆକୁ ନିର୍ଯ୍ୟାତନା ଦେଉଛି ପୁଅ, ଥାନାରେ ଅଭିଯୋଗ କଲା ବୃଦ୍ଧା ମାଆ
author img

By

Published : Mar 30, 2022, 9:06 AM IST

Updated : Mar 30, 2022, 9:26 AM IST

ବାଲେଶ୍ବର: ମାଆର ପଣତକାନି ଛୁଆ ପାଇଁ ସ୍ବର୍ଗ ଠାରୁ ଅଧିକ ହୋଇଥାଏ । ତେବେ ସେହି ପିଲା ପୁଣି ବଡ ହୋଇ ମାଆକୁ ଅନାଦର କରିବା ସହ ମାଡ଼ ମାରିବା ଭଳି ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ନାମ୍ପୋ ଫାଣ୍ଡି ଦେବାକୁମାର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ପରିଣତ ବୟସରେ ନିର୍ଯାତନା ଦେଲା ପୁଅ, ଥାନାରେ ପହଞ୍ଚିଲେ ମାଆ

ଦେବାକୁମାର ଗ୍ରାମର ମଞ୍ଜୁରାଣୀ ମିତ୍ର ବୟସ ୮୫ ଟପି ସାରିଥିବା ବେଳେ ବୟସର ଅପରାହ୍ନରେ ହାତରେ ଖଣ୍ଡେ ଅଭିଯୋଗ ପତ୍ର ଧରି ଆସି ପହଞ୍ଚିଥିଲେ ଫାଣ୍ଡି ଅଧିକାରୀଙ୍କ ନିକଟରେ । ଅତି ଦରଦ ଭରା କଣ୍ଠରେ ନିଜ ପୁଅ ବୋହୁଙ୍କ ନିର୍ଯାତନା କଥା କହିଥିଲେ ଏହି ବୁଢୀ ମାଆ । ସ୍ବାମୀ ଭୂପତି ମିତ୍ର ଆରପାରିକୁ ଚାଲିଯିବା ପରେ ବୃଦ୍ଧା ମଞ୍ଜୁରାଣୀ ଦୁଃଖ କଷ୍ଟ କରି ୫ଜଣ ପୁଅ ଏବଂ ଜଣେ ଝିଅକୁ ମଣିଷ କରାଇଥିଲେ ।

ଏଥିରୁ ୪ଜଣ ପୁଅ ବାହାର ରାଜ୍ୟରେ କାମ କରୁଥିବା ବେଳେ ସାନ ପୁଅ ବନମାଳୀ ଏବଂ ବୋହୁ ଘରେ ରହୁଛନ୍ତି । ବନମାଳୀ ବିଭିନ୍ନ ସମୟରେ ସମ୍ପତ୍ତି ନିଜ ନାମରେ କରାଇଦେବାକୁ କହି ବୁଢୀ ମାଆକୁ ମାଡ ମାରିବା ସହିତ ଗାଳିଗୁଲଜ କରୁଛି ବୋଲି ଅଭିଯୋଗ କରାଯାଇଛି । ଶେଷରେ ନିର୍ଯାତନା ସହି ନପାରି ମଞ୍ଜୁରାଣୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 30, 2022, 9:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.