ବାଲେଶ୍ଵର: ବାଲେଶ୍ବର ସେରଗଡ଼ ଟୋଲଗେଟ ନିକଟରୁ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଜବତ କରିଛି ପୋଲିସ। ଏହାସହ 100 ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କରିଥିବା ବେଳେ 6 ଜଣଙ୍କୁ ଅଟକ ରଖାଯାଇଛି।
ସୂଚନା ଅନୁସାରେ, ସେରଗଡ ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆ କୌଣସି ସୁତ୍ରରୁ ଖବର ପାଇ ଦୁଇଟି କଣ୍ଟେନରକୁ ଅଟକ ରଖି ଯାଞ୍ଚ କରିଥିଲେ। କଣ୍ଟେନର ଦୁଇଟି ଖୋର୍ଦ୍ଧାରୁ କଲିକତା ଅଭିମୁଖେ ବେଆଇନ ଗୋରୁ ଚାଲାଣ ହେଉଥିବା ଜଣାପଡିଛି । ସେଥିରୁ ୧୦୦ ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରି ନିଳଗିରି ଗୋଶାଳାରେ ଛଡା ଯାଇଥିବା ବେଳେ କଣ୍ଟେନର ଡ୍ରାଇଭର ସମେତ ୬ ଜଣକୁ ଖନ୍ତାପଡା ପୋଲିସ ଅଟକ ରଖିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ