ETV Bharat / state

ବାଲେଶ୍ୱରରେ ଲୁଟେରାଙ୍କ ରାଜ୍‌, ମହିଳାଙ୍କୁ ହତ୍ୟା କରି ସୁନା ଗହଣା ଲୁଟ

author img

By ETV Bharat Odisha Team

Published : Sep 24, 2023, 12:15 PM IST

Updated : Sep 24, 2023, 2:00 PM IST

ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅଧିନ ସରସିଦା ଗାଁରେ ମହିଳାଙ୍କୁ ହତ୍ୟା କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୁତ୍ତ । ତଦନ୍ତ କରୁଛି ଜଳେଶ୍ବର ପୋଲିସ । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ହତ୍ୟା କରି ସୁନା ଗହଣା ଲୁଟ
ମହିଳାଙ୍କୁ ହତ୍ୟା କରି ସୁନା ଗହଣା ଲୁଟ
ବାଲେଶ୍ୱରରେ ଲୁଟେରାଙ୍କ ରାଜ୍‌

ବାଲେଶ୍ବର: ମହିଳାଙ୍କୁ ହତ୍ୟା କରି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ । ଲୁଟ୍‌ରେ ବାଧା ସୃଷ୍ଟି କରିବାରୁ ମହିଳାଙ୍କୁ ଦୁର୍ବୁତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏଭିଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅଧିନ ସରସିଦା ଗାଁରେ । ତେବେ ମୃତ ମହିଳା ଜଣକ ହରପ୍ରିୟା ଦାସ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି(ଶନିବାର) ସନ୍ଧ୍ୟାରେ ସରସିଦା ଗ୍ରାମର ଅଦୈତ୍ୱ ଦାସ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ସେହି ସମୟରେ ସ୍ତ୍ରୀ ହରପ୍ରିୟା ରକ୍ତାକ୍ତ ଅବସ୍ଥାରେ ମୁହଁ ମାଡି ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ଘଟଣାସ୍ଥଳରେ ଅଦୈତ୍ୱ ସ୍ଥାନୀୟ ଲୋକଙ୍କୁ ଡାକିବା ପରେ ମହିଳାଙ୍କୁ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମହିଳାଙ୍କୁ ହତ୍ୟା କରି ଘରର ବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଲୁଟ ହୋଇଥିବା ନେଇ ଅଭିଯୋଗ ପରେ ଜଳେଶ୍ବର ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛି ।

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନେହୁରୁ ଛକ ନିକଟରେ ମଧ୍ୟ ଗୁଳିମାଡ କରି ସୁନା ବ୍ୟାଗ ଛଡାଇ ନେଇ ଥିଲେ ଦୁର୍ବୃତ୍ତ । ସକାଳ ପ୍ରାୟ ୧୧ଟା ସମୟରେ ୩ ଜଣ ଦୁର୍ବୃତ୍ତ ଗୋଟିଏ ମୋଟର ସାଇକଲରେ ଆସିଥିଲେ । ସେହି ସମୟରେ ସୁନା ବେପାରୀ ଜଣକ ଦୋକାନ ଖୋଲୁଥିବା ବେଳେ ଦୁର୍ବୃତ୍ତମାନେ ଆସି ତାଙ୍କୁ ଆକ୍ରମଣ କରିବା ସହିତ ଗୁଳି ଫୁଟାଇ ସୁନା ଲୁଟ୍‌ କରିଥିଲେ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ କରିଥିଲା ।

ଏହା ମଧ୍ୟ ପଢନ୍ତୁ- ଦୁର୍ବୁତ୍ତଙ୍କ ଆତଙ୍କରାଜ, ସୁନା ବେପାରୀଙ୍କୁ ଗୁଳି କରି ଲୁଟ୍‌

ସେହିପରି ପୂର୍ବରୁ ବାଲେଶ୍ଵର ସହଦେଖୁଣ୍ଟା ଥାନା ଅଞ୍ଚଳରେ ପଲସର୍ ବାଇକରେ ଦୁର୍ବୃତ୍ତ ଆସି ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା । ଡିକି ଭାଙ୍ଗି ସାଢ଼େ 8 ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଶ୍ରୀକୋଣା ଅଞ୍ଚଳର କାର୍ତ୍ତିକ ଚନ୍ଦ୍ର ଦୁଆରୀଙ୍କ ବାଇକ ଡିକି ଭାଙ୍ଗି 8 ଲକ୍ଷ 50 ହଜାର ଟଙ୍କା ଲୁଟ୍ ହୋଇଥିବା ସେ ସହଦେଵଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 24, 2023, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.