ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଜଣେ ଆଶା କର୍ମୀଙ୍କୁ ର୍ଦୁବ୍ୟବହାର ! ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ,ସୋର ଡାକ୍ତରଖାନାରେ କାର୍ଯ୍ୟରତ ଆଶା ଦିଦି ଜଣେ ରୋଗୀକୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନା ଆଣି ଥିଲେ । ସେଠାରେ ରୋଗୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ଆଶା କର୍ମୀ ଜଣଙ୍କ ରୋଗୀଙ୍କୁ ଆମ୍ବୁଲାନ୍ସ ଦ୍ବାରା ବାଲେଶ୍ଵର ପଠାଇଥିଲେ । ଏହାକୁ ନେଇ ଘରୋଇ ଆମ୍ବୁଲାନ୍ସର ଡ୍ରାଇଭର ନିରୋଧ କୁମାର ଭୂୟାଁ ଆଶାକର୍ମୀଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଳଜ କରିବା ସହିତ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ