ETV Bharat / state

ଦଶମ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ସ୍କୁଲ ଗେଟରେ ଝୁଲିଲା ତାଲା

ପୁଣି ସ୍କୁଲଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ସ୍ଥାନୀୟ ଭୋଗରାଇ ଅଞ୍ଚଳରେ ଜଣେ ସ୍କୁଲଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିବା ପରେ ଉତ୍‌କ୍ଷିପ୍ତ ହୋଇ ସ୍କୁଲ ଗେଟ୍‌ରେ ତାଲା ପକାଇଛନ୍ତି ଗ୍ରାମବାସୀ ।

author img

By

Published : Apr 12, 2019, 7:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ପୁଣି ଅସଦାଚରଣର ଶିକାର ହେଲେ ସ୍କୁଲଛାତ୍ରୀ । ସ୍ଥାନୀୟ ଭୋଗରାଇ ଅଞ୍ଚଳରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିବା ପରେ ଉତ୍‌କ୍ଷିପ୍ତ ହୋଇ ସ୍କୁଲ ଗେଟ୍‌ରେ ତାଲା ପକାଇଛନ୍ତି ଗ୍ରାମବାସୀ । ଏହା ପ୍ରଭାବରେ ସ୍କୁଲ ପଡିଆରେ ପାଠ ପଢିବାକୁ ବାଧ୍ୟ ହୋଇଛନ୍ତି ଅନ୍ୟ ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ଅଧୀନସ୍ଥ ଆରୁହାବୃତ୍ତି ପଞ୍ଚାୟତ ବାରବାଟୀ ଗ୍ରାମର ଜନାର୍ଦ୍ଦନ ହାଇସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଛି । ତେବେ ଏହି ଘଟଣା ଚଳିତବର୍ଷ ମାଟ୍ରିକ ପରୀକ୍ଷା ସମୟରେ ହୋଇଥିବା ଜଣାପଡିଛି । ଜାଣିଶୁଣି ଦୂରରେ ସେଣ୍ଟର ପକାଇବା ବାହାନାରେ ଛାତ୍ରୀମାନଙ୍କ ସହ ଅସଦାଚରଣ କରିଛନ୍ତି ପ୍ରଧାନ ଶିକ୍ଷକ ଓ ଦାୟିତ୍ବରେ ଥିବା ଖେଳ ଶିକ୍ଷକ ଓ ଜଣେ ଅବସରପ୍ରାପ୍ତ ପିଅନ । ଏ ସମ୍ପର୍କରେ ଗ୍ରାମବାସୀ ଓ ଅଭିଭାବକମାନେ ମିଳିତ ଭାବେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୈଣସି ସୁଫଳ ମିଳିନଥିଲା ।

ଫଳରେ ବାଧ୍ୟ ହୋଇ ଶୁକ୍ରବାର ସ୍କୁଲ ଗେଟ୍‌ରେ ତାଲା ପକାଇବା ସହ ଧାରଣାକୁ ଓହ୍ଲାଇଥିଲେ ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ କମର୍ଦ୍ଦା ପୋଲିସ, ଭୋଗରାଇ ବିଇଓ କାଳନ୍ଦୀ ସୋରେନ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି । ଏଥିସହ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଘଟଣାର ତଦନ୍ତ ପ୍ରତିଶୃତି ଦେବା ପରେ ଧାରଣାରୁ ଓହରିଛନ୍ତି ଗ୍ରାମବାସୀ ।

ସମ୍ପୃକ୍ତ ବିଦ୍ୟାଳୟରେ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ରାଜେନ୍ଦୁ ବିକାଶ ପାତ୍ର ବାପାଙ୍କ ମୃତ୍ୟୁ ପରେ ଦୀର୍ଘ 25 ବର୍ଷ ଧରି ଏହି ଚାକିରୀରେ ରହି ଆସିଛନ୍ତି । ଏଥିସହ ଜୋରଜବରଦସ୍ତ ନିଜର ପରାକାଷ୍ଠା ବିସ୍ତାର କରି ନୋଡାଲ ଅଫିସର ଭାବେ ଦାୟିତ୍ବ ନେଇ ବିଦ୍ୟାଳୟକୁ ଆସନ୍ତି ନାହିଁ । ତେବେ ସବୁବେଳେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ରାଜେନ୍ଦୁ ବିଦ୍ୟାଳୟର ଦାୟିତ୍ବ ମଦ୍ୟପ ପିଇଟି ପ୍ରଭାସ ସାମଲ ଓ ଅବସରପ୍ରାପ୍ତ ପିଅନ ନରେନ୍ଦ୍ର ଗିରିଙ୍କ ହାତରେ ଦେଇଛନ୍ତି । ଫଳରେ ପ୍ରାୟ ସବୁଦିନ ବିଦ୍ୟାଳୟ ପରିସରରେ ମଦ୍ୟପଙ୍କ ଆଡ୍ଡା ଜମିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ddghd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.