ବାଲେଶ୍ଵର: ଆଜବେଷ୍ଟସ୍ ଘରର ମାଟୁ ଖସି ପଡିବାରୁ ଜଣେ ନାବାଳିକା ମୃତ୍ୟୁ ହୋଇଛି । ଅନ୍ୟପଟେ ଏହାଯୋଗୁଁ 2 ଜଣ ଆହତ ହୋଇଥିବା ଜଣାପଡିଛି। ମୃତ ନାବାଳିକା ହେଉଛନ୍ତି ବାହାନଗା ବ୍ଲକ ବାଜିପୁର ଗାଁର ସଞ୍ଜୟ ନାୟକଙ୍କ ଝିଅ ଟ୍ବିଙ୍କିଲ ନାୟକ ।
ବୁଧବାର ରାତିରେ ଘରର ମାଟୁ ଖସି ପଡିବାରୁ 12 ବର୍ଷୀୟ ନାବାଳିକା ଟ୍ବିଙ୍କିଲଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସଞ୍ଜୟଙ୍କ ଦୁଇଝିଅ ଜେଜେ ମାଆଙ୍କ ସହ ଘରେ ଶୋଇଥିଲେ । ରାତିରେ ଘରର ମାଟୁ ଖସି ପଡିବାରୁ ଟ୍ଵିଙ୍କିଲଙ୍କ ମୃତ୍ୟୁ ହୋଇଥିବାବେଳେ ଜେଜେମା ଓ ଅନ୍ୟ ଜଣେ ନାତୁଣୀ ଗୁରୁତର ହୋଇଥିବା ଜଣାପଡିଛି। ତେବେ ଲଗାଣ ବର୍ଷାରେ ମାଟୁ ଭେଦି ଥିବାରୁ ଏହା ଖସି ପଡିଥିବାର ଅନୁମାନ କରାଯାଉଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ